fbpx
BSKY
BJD MC SKY
BJD YOUTH SKY

ENGvsIND; ଟେଷ୍ଟ କ୍ୟାରିୟରର ୧୧ତମ ଶତକ, ୭୯ତମ ଛକା ମାରି ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଆଜି ରାଜକୋଟରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ଖେଳା ଯାଉଛି। ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା ଟେଷ୍ଟ କ୍ୟାରିୟରର ୧୧ତମ ଶତକ ହାସଲ କରିଛନ୍ତି। ଏହା ସହ ରୋହିତ ଶର୍ମା ଟେଷ୍ଟ କ୍ରିକେଟରେ ୭୯ତମ ଛକା ମାରି ମହେନ୍ଦ୍ର ସିଂହ ଧୋନିଙ୍କ ୭୮ ଛକା ରେକର୍ଡ ଭାଙ୍ଗିଛନ୍ତି। ବୀରେନ୍ଦ୍ର ସେହୱାଗ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ୯୧ ଛକା ମାରିବାର ରେକର୍ଡ କରିଛନ୍ତି। ଭାରତ ଯେତେବେଳେ ୩ ୱିକେଟ୍ ହରାଇ ୨୦୨ ରନ୍ କରିଥିଲା ସେତେବେଳେ ରୋହିତ ଶର୍ମା କ୍ରିଜ୍ ରେ ଠିଆ ହୋଇଥିଲେ ଏବଂ ସେ ୧୭୨ ବଲ୍ ରେ ୨ ଛକା, ୧୨ ଚୌକା ସାହାଯ୍ୟରେ ୧ ରନ୍ କରିଥିଲେ।

ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ର ପ୍ରଥମ ଦିନରେ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଓପନର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲ ୧୦ ବଲ୍ ରେ ୧୦ ରନ୍ କରି ଆଉଟ୍ ହୋଇଥିଲେ। କିନ୍ତୁ ଅନ୍ୟ ପଟେ ରୋହିତ ଶର୍ମା ଇନିଂସ ବଜାୟ ରଖିଥିଲେ। ଦ୍ବିତୀୟ ଓ୍ଵିକେଟ୍ ଶୁବମନ ଗିଲଙ୍କ ହାତରେ ପଡ଼ିଥିଲା, ଯିଏକି ୦ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ରଜତ ପଟିଦାର ମଧ୍ୟ ୫ ରନ୍ କରି ଆଉଟ୍ ହୋଇଥିଲେ।

Get real time updates directly on you device, subscribe now.