fbpx

ଆଉ ବ୍ୟାଙ୍କଖାତାକୁ ଆସିବନି ସରକାରୀ ସହାୟତା: ଏମିତି ପାଇବେ ଟଙ୍କା, ଜାଣନ୍ତୁ କଣ ରହିବ ବ୍ୟବସ୍ଥା

ନୂଆଦିଲ୍ଲୀ: ବିଭିନ୍ନ ସରକାରୀ ସହାୟତା ସିଧାସଳଖ ଟ୍ରାନ୍ସଫର(ଡିବିଟି) ଜରିଆରେ ହିତାଧିକାରୀଙ୍କ ଆକାଉଣ୍ଟରେ ପହଞ୍ଚିଥାଏ । ମାତ୍ର ଏହି ବ୍ୟବସ୍ଥା ବନ୍ଦ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ଇ-ରୂପି ନାମକ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହି ନୂତନ ବ୍ୟବସ୍ଥା ଅନୁଯାୟୀ ସରକାରଙ୍କ ପକ୍ଷରୁ ଇ ରୂପି ବ୍ୟବସ୍ଥାରେ ଆର୍ଥିକ ସହାୟତା ବଦଳରେ ପେପର ଲେସ୍ କୁପନ ପ୍ରଦାନ କରାଯିବ । ୟୁପିଆଇ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ଭାଉଚରଟି ସୋଡେକ୍ସେ କୁପନ ଭଳି ରହିବ । ମୋବାଇଲ ନମ୍ବରକୁ କ୍ୟୁ ଆର କୋଡ କିମ୍ବା ମେସେଜ ଜରିଆରେ ଏହି ଡିଜିଟାଲ କୁପନ ହିତାଧିକାରୀଙ୍କୁ ପ୍ରଦାନ କରାଯିବ । ବ୍ୟାଙ୍କ ସେବା ସହିତ ଆପଣଙ୍କ ମୋବାଇଲ ଜଡିତ ନଥିଲେ ମଧ୍ୟ ଆପଣ ଏହି ସେବାର ଲାଭ ଉଠାଇ ପାରିବେ ।

ନିର୍ଦ୍ଧାରିତ ପଏଣ୍ଟରେ ଆପଣ କ୍ୟୁ ଆର କୋଡ ସ୍କାନ ଅଥବା ମେସେଜ ଦ୍ୱାରା ଏହି ଅର୍ଥ ଖର୍ଚ୍ଚ କରିପାରିବେ । ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକତା ମଧ୍ୟ ପଡିବ ନାହିଁ । ଏହା ସହିତ ବିନା ଇଣ୍ଟରନେଟ ସଞ୍ଜୋଗରେ ମଧ୍ୟ ଏହି କାର୍ଡକୁ ରିଡିମ୍ କରାଯାଇ ପାରିବ । ଏହା ସହିତ ଏହି ବ୍ୟବସ୍ଥାଟି ପ୍ରିପେଡ ହୋଇଥିବାରୁ ଯେ କୌଣସି ସମୟରେ ପଇସା ମଧ୍ୟ କାଢି ହେବ । ତେବେ ଏହି ସମ୍ପୂର୍ଣ୍ଣ ଦେଣ ନେଣ ସମ୍ପୂର୍ଣ୍ଣ ଭାବରେ ଡିଜିଟାଲ ଓ କଣ୍ଟାକ୍ଟଲେସ ରହିବ ।

ଡିବିଟି ବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଏନଏଚଏ ସହଯୋଗରେ ଏହି ସେବାର ଲଞ୍ଚ କରାଯାଇଛି । ମାତୃ ସୁରକ୍ଷା ଯୋଜନା, ଟିବି ଦୂରୀକରଣ ଯୋଜନା, ଆୟୁଷ୍ମାନ ଭାରତ ଯୋଜନା, ସାର ସବସିଡି ପରି ସରକାରୀ ଯୋଜନାରେ ଏହି ବ୍ୟବସ୍ଥାରେ ଦୁର୍ନୀତିକୁ ରୋକାଯାଇ ପାରିବ । ସରକାରୀ ସହାୟତା ବ୍ୟତୀତ ବିଭିନ୍ନ ଅଫିସରେ ମଧ୍ୟ ଏହି ଯୋଜନାର ଉପଯୋଗ କରାଯାଇ ପାରିବ । କର୍ପୋରେଟ ଭାଉଚର ଗୁଡିକୁ କର୍ମଚାରୀ ଭ୍ରମଣ, ଖାଦ୍ୟ ଓ ସ୍ୱାସ୍ଥ୍ୟସେବାରେ ବିନିଯୋଗ କରିପାରିବେ । ଦେଶରେ କାମ କରୁଥିବା ବିଭିନ୍ନ ପ୍ରମୁଖ ବ୍ୟାଙ୍କ ମଧ୍ୟରୁ ୧୧ଟି ବ୍ୟାଙ୍କରେ ଏହି ସେବା ପ୍ରଦାନ କରାଯାଉଛି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଅଇସିଆଇସିଆଇ, ଏଚଡିଏଫସି, ପଞ୍ଜାବ ନ୍ୟସନାଲ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ବରୋଦାର ବ୍ୟାଙ୍କ ସେବାରେ ଉଭୟ ଇସ୍ୟୁ ଏବଂ ରିଡିମ୍ ସୁବିଧା ରହିଛି । ତେବେ କାନାରା, ଇଣ୍ଡସଇଣ୍ଡ, କୋଟାକ, ଇଣ୍ଡିଆନ ବ୍ୟାଙ୍କ ଓ ୟୁନିୟନ ବ୍ୟାଙ୍କ ପକ୍ଷରୁ କେବଳ ଏହି କାର୍ଡ ଇସ୍ୟୁ କମରାଯାଇପାରିବ ।

Get real time updates directly on you device, subscribe now.