fbpx

ପୁଣି ଥରେ ପଛରେ ପଡ଼ିଲା ପାକିସ୍ତାନ: WTC ପଏଣ୍ଟସ୍ ଟେବୁଲରେ ଟିମ୍ ଇଣ୍ଡିଆ ଟପରେ, ପାକିସ୍ତାନ ପଞ୍ଚମ ସ୍ଥାନରେ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା କ୍ରିକେଟ ମ୍ୟାଚ ସର୍ବଦା ରୋମାଞ୍ଚଭରା ହୋଇଥାଏ । ବିବାଦ କାରଣରୁ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ କ୍ୱଚିତ ମୁହାଁମୁହିଁ ହେବାର ଦେଖିବାକୁ ମିଳିଥାଏ । ତେଣୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଓ ଏସୀୟ କ୍ରୀଡ଼ା ପରି ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତ-ପାକ୍ ମୁହାଁମୁହିଁ ହୋଇଥାନ୍ତି । ସେଥିପାଇଁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହିତ ଅପେକ୍ଷା କରି କରିଥାନ୍ତି । ଆଗକୁ ଟି-୨୦ ବିଶ୍ୱକପରେ ଏହି ଦୁଇ ଦେଶ ପୁଣି ଥରେ ମୁହାଁମୁହିଁ ହେବେ ।

ତେବେ ଏହା ମଧ୍ୟରେ ଭାରତ ପାଇଁ ଏକ ଖୁସି ଖବର ଆସିଥିବା ବେଳେ ପାକିସ୍ତାନ ପାଇଁ ଆସିଛି ନୈରାଶ୍ୟଜନକ ଖବର । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ପଏଣ୍ଟସ୍ ଟେବୁଲରେ ଭାରତ ଟପରେ ପହଞ୍ଚିଥିବା ବେଳେ ପାକିସ୍ତାନ ୫ମ ସ୍ଥାନକୁ ଖସି ଯାଇଛି । ଏହା ପୂର୍ବରୁ ଗତ ଫେବୃଆରୀରେ ମଧ୍ୟ ପାକିସ୍ତାନ ଝଟକା ଖାଇଥିଲା । ସେତେବେଳେ ଭାରତ ଦ୍ୱିତୀୟ ସ୍ଥାନକୁ ଲମ୍ଫ ପ୍ରଦାନ କରିଥିବା ବେଳେ ପାକିସ୍ତାନ ୬ଷ୍ଠ ସ୍ଥାନକୁ ଖସି ଯାଇଥିଲା ।

ଗତ ୩ ତାରିଖରେ ପ୍ରକାଶିତ ଡବ୍ଲ୍ୟୁଟିସି ପଏଣ୍ଟସ୍ ଟେବୁଲରେ ଭାରତ ମୋଟ ୬୨ ପଏଣ୍ଟ ପ୍ରତିଶତ ସହ ୧ ନମ୍ବରରେ ରହିଥିବା ବେଳେ ୬୦ ପଏଣ୍ଟ ପ୍ରତିଶତ ସହ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ୫୯.୦୯ ପଏଣ୍ଟ ପ୍ରତିଶତ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ, ୫୦ ପଏଣ୍ଟ ପ୍ରତିଶତ ସହ ବାଂଲାଦେଶ ଚତୁର୍ଥ ସ୍ଥାନରେ ଓ ୩୬.୬୬ ପଏଣ୍ଟ ପ୍ରତିଶତ ସହ ପାକିସ୍ତାନ ପଞ୍ଚମ ସ୍ଥାନରେ ରହିଛି ।

Get real time updates directly on you device, subscribe now.