fbpx

ବୋଲିଂ କରିବ ଭାରତ

କୋଲକାତା,୨୨ ।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ କୋଲକାତା ଇଡେନ ଗାର୍ଡେନ୍ସରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ । ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି । ଆଜି ଭାରତ ଖେଳୁଛି ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ । ଗୋଲାପି ବଲରେ ସପ୍ତମ ଦେଶ ଭାବେ ଆଜି ଭାରତ ଖେଳିବ । ମ୍ୟାଚକୁ ନେଇ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ତେବେ ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ରହିଛି ଗୋଲାପି ବଲ । ବଲ ଗାଢ ରଙ୍ଗର ହେବା ଦ୍ଵାରା ଖେଳାଳୀ ବଲକୁ ସ୍ପଟ ଭାବେ ଦେଖିପାରନ୍ତି । ଏହାକୁ ପ୍ରସ୍ତୁତ କରିବାର ପଦ୍ଧତି ଲାଲ ବଲ୍ ଭଳି ହୋଇଥାଏ । ଏଥିରେ କର୍କ,ରବର ଏବଂ ଉଲରେ ହୋଇଥାଏ । ଲାଲ ବଲକୁ ଗ୍ରୀସରେ ବୁଡ଼ାଯାଇଥାଏ ଫଳରେ ଏଥିରେ ପାଣି ଯେପରି ନ ପଶିପାରିବ ।

Get real time updates directly on you device, subscribe now.