fbpx
BSKY
BJD SHG SKY
BJD YOUTH SKY

Asia Cup 2023 Super Four: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଭିଲେନ ସାଜିପାରେ ବର୍ଷା, ଜାଣନ୍ତୁ କିପରି ରହିଛି କଲମ୍ବୋର ପାଣିପାଗ ପୁର୍ବାନୁମାନ

ନୂଆଦିଲ୍ଲୀ: ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦି ଭାରତ-ପାକିସ୍ତାନ ଚଳିତ ଏସିଆ କପ୍‌ରେ ଦ୍ୱିତୀୟ ଥର ରବିବାର ମୁହାଁ ମୁହିଁ ହେବେ । ଲିଗ୍ ପର୍ଯ୍ୟାୟ ଉଭୟ ଟିମ୍ ମୁହାଁମୁହିଁ ହୋଇଥିଲେ ମଧ୍ୟ ବର୍ଷା କାରଣରୁ ମ୍ୟାଚ୍ ଡ୍ର’ରେ ଶେଷ ହୋଇଥିଲା । ଏବେ ସୁପର୍ କପ୍ ମ୍ୟାଚ୍‌ରେ ପୁଣିଥରେ ଦୁଇ ଟିମ୍ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ । ଶ୍ରୀଲଙ୍କାର ଆର. ପ୍ରେମଦାସ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ସୁପର୍ ସଣ୍ଡେରେ ହେବାକୁ ଥିବା ଏହି ମ୍ୟାଚ୍ ରେ ବର୍ଷା ଭିଲେନ ସାଜିପାରେ । ତେବେ ଏହି ମ୍ୟାଚ୍ ପାଇଁ ଆୟୋଜକମାନେ ଏକ ରିଜର୍ଭ ଡେ ରଖିଛନ୍ତି । ଯଦି ବର୍ଷା ହୁଏ ତେବେ ଏହି ମ୍ୟାଚ୍ ସୋମବାର ପୁଣି ଖେଳାଯିବ ।

ତେବେ କଲୋମ୍ବରେ ବର୍ଷାର ପୁର୍ବାନୁମାନକୁ ନଜର ଦେଲେ ରବିବାର ଦିନ ୨ଟା ପର୍ଯ୍ୟନ୍ତ ଏଠାରେ ବର୍ଷା ହେବାର ସମ୍ଭାବନା ୪୯% ରହିଛି । ଏହାପରେ ୩ଟା ବେଳକୁ ଏହା ୬୬%, ଯେଉଁ ସମୟରେ ମ୍ୟାଚ୍ ଆରମ୍ଭ ହେବାର ଅଛି । ଏହାପରେ ସମ୍ପୁର୍ଣ୍ଣ ମ୍ୟାଚ୍ ସମୟରେ ୪୯ ରୁ ୬୯% ବର୍ଷା ହେବାର ସମ୍ଭାବନା ରହିଛି, ଏବଂ ପୁର୍ବ ମ୍ୟାଚ୍‌ ପରି ରବିବାର ମ୍ୟାଚ୍ ମଧ୍ୟ ବର୍ଷା ପାଇଁ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ଶନିବାର ସମାନ ଗ୍ରାଉଣ୍ଡରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ତେବେ ଏହିଦିନ ପାଗ କିଛିଟା ସାମାନ୍ୟ ରହିଥିଲା, କିନ୍ତୁ ସମାନ ପାଗ ରବିବାର ନରହିପାରେ ।

ଲିଗ୍ ପର୍ଯ୍ୟାୟ ମ୍ୟାଚ୍‌ରେ ବର୍ଷା କାରଣରୁ ଭାରତୀୟ ଟିମ୍‌ର ମୋମେଣ୍ଟମ୍ ଭାଙ୍ଗିଥିଲା ଏବଂ ପାକିସ୍ତାନର ଦ୍ରୁତ ବୋଲର ଆରମ୍ଭରୁ ଭାରତର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ଉଇକେଟ୍ ପାଇଯାଇଥିଲେ। ପାକିସ୍ତାନର ପେସ୍ ବୋଲିଂ ବିଭାଗ ଚଳିତ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ ସହିତ ତିନି ମ୍ୟାଚ୍‌ରେ ୨୩ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍ କରିଛନ୍ତି ।

ବୁଧବାର ଲାହୋରରେ ଖେଳାଯାଇଥିବା ପାକିସ୍ତାନ ଏହାର ପ୍ରଥମ ସୁପର୍ ଫୋର୍ ମ୍ୟାଚ୍‌ରେ ବାଂଲାଦେଶରକୁ ୭ ଉଇକେଟ୍‌ରେ ହରାଇଛି, ଆଜିର ମ୍ୟାଚ୍‌ରେ ବିଜୟ ହାସଲ କରି ପାକିସ୍ତାନ ଏହାର ଫାଇନାଲ ଟିକେଟ୍ ସୁରକ୍ଷିତ କରିବାକୁ ଚାହିଁବ । ଅନ୍ୟପଟେ ନେପାଳ ବିପକ୍ଷରେ ରୋହିତ ବାହିନୀ ୧୦ ଉଇକେଟ୍‌ରେ ବିଜୟ ଲାଭ କରିବା ପରେ ମନୋବଳ ଦୃଢ଼ ରହିଛି, ଏବଂ ରବିବାର ପାକିସ୍ତାନ ଉପରେ ବଡ଼ ବିଜୟ ଲକ୍ଷ୍ୟରେ ଖେଳିବାକୁ ପଡ଼ିଆକୁ ଓହ୍ଲାଇବେ।

Get real time updates directly on you device, subscribe now.