fbpx

ପୃଥିବୀର ତୃତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍‌୧, ଆସନ୍ତା ୧୫ ତାରିଖରେ ହେବ ଚତୃର୍ଥ କକ୍ଷପଥ ପରିବର୍ତ୍ତନ

ଓଡିଶା ଭାସ୍କର; ମହାକାଶରେ ପୃଥିବୀର ପ୍ରଥମ, ଦ୍ୱିତୀୟ ପରେ ଏବେ ତୃତୀୟ କକ୍ଷପଥ ପରିବର୍ତ୍ତନ କରିଛି ଭାରତର ପ୍ରଥମ ସୌର ମିଶନ୍ ଆଦିତ୍ୟ-ଏଲ୍‌୧ । ଏନେଇ ଏକ୍ସ ମାଧ୍ୟମରେ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) । ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍‌୧ ଉପଗ୍ରହ ପୃଥିବୀର କକ୍ଷପଥ ପରିବର୍ତ୍ତନର ତୃତୀୟ ପର୍ଯ୍ୟାୟ ସମାପ୍ତ କରିଛି ବୋଲି ଇସ୍ରୋ କହିଛି । ଗତକାଲି ବିଳମ୍ବିତ ରାତି ୨.୩୦ ମିନିଟରେ ଏହି ତୃତୀୟ କକ୍ଷପଥ ପରିବର୍ତ୍ତନ ହୋଇଥିବା ସୂଚନା ଦିଆଯାଇଛି । ସେହିପରି ଏହାର ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ (ଇବିଏନ୍‌#୪) ଆସନ୍ତା ୧୫ ତାରିଖରେ କରାଯିବ ବୋଲି ଜଣାପଡିଛି ।

ସୂଚନା ଥାଉକି, ମୋଟ ୧୬ଦିନ ଭିତରେ ପୃଥିବୀ ଚାରିପଟେ ୫ ଥର ବୁଲି ନିଜ କକ୍ଷପଥକୁ ପ୍ରସାରିତ କରିବା ପରେ, ନିଜ ଲକ୍ଷ୍ୟସ୍ଥଳ ଆଡ଼କୁ ଆଗେଇଯିବ ଆଦିତ୍ୟ-L1 । ୨୦୨୩ ସେପ୍ଟେମ୍ବର ୨ ତାରିଖ ଦିନ ୧୧ଟା ୫୦ରେ ଶ୍ରୀହରିକୋଟ୍ଟା ସତୀଶ ଧାୱନ ସ୍ପେଶ ସେଣ୍ଟରରୁ PSLV-C57 ରକେଟ୍ ସହାୟତାରେ ଆଦିତ୍ୟ-L1 ର ସଫଳ ଉତକ୍ଷେପଣ ହୋଇଥିଲା । ଲଞ୍ଚିଂ ଠାରୁ ୧୨୫ ଦିନ ପରେ, ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲଗରାଞ୍ଜ୍ ପଏଣ୍ଟ ବା L1ରେ ପହଞ୍ଚିବ । ସେଠାରେ ଏକ ହାଲୋ ଅର୍ବିଟରେ ବୁଲି ୫ ବର୍ଷ ଯାଏଁ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ସଂପର୍କିତ ତଥ୍ୟ ସଂଗ୍ରହ କରିବ । ତଥ୍ୟ ସଂଗ୍ରହ ପାଇଁ ଏଥିରେ ୭ଟି ପେ’ଲୋଡ୍ ବା ଯନ୍ତ୍ରା ଖଞ୍ଜାଯାଇଛି ।

Get real time updates directly on you device, subscribe now.