fbpx

ଭାରତ ବିପକ୍ଷରେ ଏହି ବୋଲରଙ୍କୁ ଖେଳାଇବାକୁ ବାଧ୍ୟ ପାକିସ୍ତାନ, ଖରାପ ଫର୍ମ କାରଣରୁ ଦଳରୁ ହୋଇଥିଲେ ବାହାର

Advertisement

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଏସିଆ କପ ୨୦୨୨ର ସୁପର ୪ର ଦ୍ଵିତୀୟ ମୁକାବିଲା ଖେଳାଯିବ। ଏହି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାୟମରେ ସନ୍ଧ୍ୟା ୭ଟା୩୦ରୁ ଆରମ୍ଭ ହେବ। ତେବେ ଦୁଇ ଦଳ ଆହତଜନିତ ସମସ୍ୟାକୁ ନେଇ ଚିନ୍ତିତ। ଫଳରେ ଆଜିର ମୁକାବିଲାରେ ଦୁଇ ଦଳର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହେବା ସୁନିଶ୍ଚିତ। ଭାରତ ନିକଟରେ ଆହତ ଖେଳାଳିଙ୍କ ବିକଳ୍ପ ଭାବେ ଅନେକ ଖେଳାଳି ରହିଛନ୍ତି। ମାତ୍ର ପାକିସ୍ତାନ ପାଖରେ ଏତେ ବିକଳ୍ପ ନାହିଁ। ଆହତ କାରଣରୁ ପ୍ରଥମରୁ ଏସିଆ କପରୁ ବାଦ୍ ପଡିଛନ୍ତି ଷ୍ଟାର ବୋଲର ଶାହିନ ଶାହ ଆଫ୍ରିଦି। ପୁଣି ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ମହମ୍ମଦ ଓ୍ଵାସୀମ ଜୁନିୟର ବାଦ୍ ପଡିଛନ୍ତି। ଆଉ ଏବେ ଶାହନଓ୍ଵାଜ ଦହାନୀ ଆହତ କାରଣରୁ ଭାରତ ବିପକ୍ଷ ସୁପର ୪ ମୁକାବିଲାରୁ ବାଦ୍ ପଡିଛନ୍ତି। ଏମିତିରେ ବାବର ଆଜମ ସେହି ବୋଲରଙ୍କୁ ଖେଳାଇବାକୁ ବାଧ୍ୟ ହେବେ, ଯାହାଙ୍କୁ ଖରାପ ଫର୍ମ କାରଣରୁ ଏସିଆ କପ ଦଳରେ ଚୟନ କରାଯାଇନଥିଲା।

ଆଉ ଏହି ଖେଳାଳି ହେଉଛନ୍ତି ହସନ ଅଲ୍ଲୀ। ଖରାପ ଫର୍ମ କାରଣରୁ ହସନଙ୍କୁ ଏସିଆ କପର ପ୍ରଥମ ୧୫ ଜଣିଆ ଦଳରେ ସ୍ଥାନ ମିଳିନଥିଲା। ଶାହିନ ଆଫ୍ରିଦି ବାହାରିବା ପରେ ବି ହସନଙ୍କ ପରିବର୍ତ୍ତେ ମହମ୍ମଦ ହସନେନଙ୍କୁ ଚୟନ କରାଯାଇଥିଲା। ପାକିସ୍ତାନ ଦଳ ଫର୍ମକୁ ଦେଖି ହସନ ଅଲ୍ଲୀଙ୍କ ଉପରେ ଭରସା ପ୍ରକଟ୍ କରି ପାରୁନଥିଲେ। ମାତ୍ର ଏବେ ମହମ୍ମଦ ଓ୍ଵାସିମ ଜୁନିୟର ଆହତ ହେବା ପରେ ଏବେ କେବଳ ହସନ ଅଲ୍ଲୀ ୧୫ ଜଣିଆ ଦଳରେ ନାହାନ୍ତି ବରଂ ଭାରତ ବିପକ୍ଷ ମହା ମୁକାବିଲାରେ ଚୂଡାନ୍ତ ଏକାଦଶରେ ସାମିଲ୍ ହେବା ଲାଗି ପ୍ରବଳ ଦାବିଦାର ପାଲଟିଛନ୍ତି।
ହସନ ଅଲ୍ଲୀ ପାକିସ୍ତାନର ଅନୁଭବନୀ ବୋଲର। ସେ ଏ ପର‌୍ୟ୍ୟନ୍ତ ଖେଳିଥିବା ୪୯ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୬୦ ଓ୍ଵିକେଟ୍ ନେଇଛନ୍ତି। ଅନ୍ୟପଟେ ହସନେନ ୧୮ଟି ମ୍ୟାଚରେ ୧୭ ଓ୍ଵିକେଟ୍ ହାସଲ କରିଛନ୍ତି। ତେବେ ଅଧିନାୟକ ବାବର ଆଜମ ଭାରତ ବିପକ୍ଷ ହାଇଭୋଲଟେଜ୍ ମୁକାବିଲାରେ ହସନ ଅଲ୍ଲୀଙ୍କ ଅନୁଭବକୁ ଉପଯୋଗ କରିବାକୁ ନିଶ୍ଚୟ ଚାହିଁବେ।

ପାକିସ୍ତାନର ସମ୍ଭାବିତ ଚୂଡାନ୍ତ ଏକାଦଶ:
ବାବର ଆଜମ, ମହମ୍ମଦ ରିଜଓ୍ଵାନ, ଫକର ଜମାନ, ଇଫତିକାର ଅହମ୍ମଦ, ଖୁସଦିଲ ଶାହ, ଶାଦାବ ଖାନ, ଆସିଫ ଅଲ୍ଲୀ, ମହମ୍ମଦ ନଓ୍ଵାଜ, ହାରିସ ରାଉଫ, ନସୀମ ଶାହ, ହସନ ଅଲ୍ଲୀ।

Get real time updates directly on you device, subscribe now.