ବାରବାଟୀ ମ୍ୟାଚ୍ ପାଇଁ ବଜେଟ୍ ପ୍ରସ୍ତୁତ

News across the Earth, news close to your heart, Read Odisha Bhaskar English

କଟକ,୨୪ ।୧୧(ଓଡିଶା ଭାସ୍କର): ବାରବାଟୀ ଦିନିକିଆ ମ୍ୟାଚ ପାଇଁ ୬ କୋଟିର ବ୍ୟୟ ଅଟକଳ କରାଯାଇଛି । ଓସିଏର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ଆଲୋଚନା ହୋଇଛି । ମ୍ୟାଚ ସୁପରିଚାଳନା ଓ ଦର୍ଶକଙ୍କ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।

ତେବେ ଆସନ୍ତା ଡିସେମ୍ବର ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି । ଏଥର ୪୦ହଜାର ଟିକେଟ ବିକ୍ରି ହେବା ସମ୍ଭାବନା ରହିଛି। ଡିସେମ୍ବର ୫ରୁ ଅନ୍‌ଲାଇନରେ ଟିକେଟ୍‌ ଉପଲବ୍ଧ ହେବ ଏବଂ ୧୯ରୁ ଅଫଲାଇନ ଅର୍ଥାତ୍‌ ସ୍ବତନ୍ତ୍ର କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବ। ଭିଡ଼କୁ ଏଡ଼ାଇବା ପାଇଁ ଅଧିକ କାଉଣ୍ଟର ଖୋଲିବା ପାଇଁ ଓସିଏକୁ ପରାମର୍ଶ ଦିଆଯାଇଛି। ପ୍ରଥମ ଥର ପାଇଁ ଟିକେଟ୍‌ରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗିବାକୁ ଯାଉଥିବାରୁ ଟିକଟ ଦର ବଢ଼ିବା ଥୟ ହୋଇଛି। ଅନ୍ୟପଟେ ଟିକେଟ୍‌ ଜାଲି ଓ ବ୍ୟାପକ ବିଶୃଙ୍ଖଳା ହେଉଥିବାରୁ ଟିକେଟ୍‌ରେ ଡିସିପିଙ୍କ ଦସ୍ତଖତ ରଖିବା ପାଇଁ ନିଷ୍ପତ୍ତି ହୋଇଛି।

Get real time updates directly on you device, subscribe now.