fbpx

ଝିଲି ପାଇବେ ଏକଲବ୍ୟ କ୍ରୀଡା ପୁରସ୍କାର

ଭୁବନେଶ୍ୱର,୨୪ ।୧୧(ଓଡିଶା ଭାସ୍କର): ରାଜ୍ୟର ଭାରୋତ୍ତୋଳିକା ଝିଲି ଦଳବେହେରା ପାଇବେ ଏକଲବ୍ୟ କ୍ରୀଡା ପୁରସ୍କାର । ପ୍ରତିବର୍ଷ କ୍ରିଡାକ୍ଷେତ୍ରରେ ପୁରସ୍କାର ପ୍ରଦାନ କରୁଥିବା ଇମ୍ଫା କମ୍ପାନୀ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଓଡିଶାର ଜଣାଶୁଣା ଭାରୋତ୍ତୋଳିକା ଝିଲିଙ୍କୁ ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା ସମେତ ମାନପତ୍ର ମିଳିବ । ଅନ୍ୟ ୨ କ୍ରୀଡାବିତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଫୁଟ୍‌ବଲ ତାରକା ଜବାମଣି ଟୁଡ଼ୁ ଓ ହକି ତାରକା ନମିତା ଟପ୍ପୋ ସାଇଟେନ ସମ୍ମାନରେ ସମ୍ବର୍ଦ୍ଧିତ ହେବେ । ୨୦୧୯ ପାଇଁ ଉଭୟଙ୍କୁ ମିଳିବ ୫୦-୫୦ ହଜାର ଟଙ୍କା ଓ ମାନପତ୍ର । ଏକଲବ୍ୟ ପୁରସ୍କାର ପାଇଁ ଜୁରି କମିଟି ବୈଠକରେ ନାଁ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.