ଭୋପାଳ,୨୪ ।୧୧: ମଧ୍ୟପ୍ରଦେଶରେ ପ୍ରଥମ ନନ୍-କଂଗ୍ରେସ ମୁଖ୍ୟମନ୍ତ୍ରୀ ହୋଇଥିବା କୈଳାସ ଚନ୍ଦ୍ର ଯୋଶୀଙ୍କ ଆଜି ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ଯୋଶୀ ପ୍ରାୟ ୩ ବର୍ଷ କାଳ ଅସୁସ୍ଥ ଥିବା ବେଳେ ଆଜି ଭୋପାଳର ଏକ ଘରୋଇ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।
Uttarakhand Govt.
ତେବେ ଯୋଶୀ ୧୯୨୯ ମସିହା ୧୪ ଜୁଲାଇରେ ଦେବାସ ଜିଲ୍ଲାରେ ଜନ୍ମ ହୋଇଥିଲେ । ୧୯୫୧ରେ ଭାରତୀୟ ଜନସଂଘର ସ୍ଥାପନା କରି ତାହାର ସଦସ୍ୟ ହୋଇଥିଲେ । ଏହାପରେ ସେ ମୁଖ୍ୟମନ୍ତ୍ରୀ ଓ ବିଜେପିର ପ୍ରଦେଶ ଅଧ୍ୟକ୍ଷ ଭାବେ ଭାବେ କାର୍ଯ୍ୟଭାର ସମ୍ଭାଳି ଥିଲେ । ସେ ମଧ୍ୟପ୍ରଦେଶର ୯ମ ମୁଖ୍ୟମନ୍ତ୍ରୀ ଭାବେ ଜୁନ୍ ୧୯୭୭ରୁ ଜାନୁୟାରୀ ୧୯୭୮ (୬ମାସ) ପାଇଁ କାର୍ଯ୍ୟଭାର ସମ୍ଭାଳିଥିଲେ। ଏହାସହ ୨୦୦୪ ରୁ ୨୦୧୪ପର୍ୟ୍ୟନ୍ତ ସେ ଭୋପାଳ ନିର୍ବାଚନ ମଣ୍ଡଳୀରୁ ଲୋକ ସଭା ସଦସ୍ୟ ରହିଥିଲେ। ଯୋଶୀଙ୍କ ନିଧନ ପରେ ମଧ୍ୟ ପ୍ରଦେଶରେ ଗୋଟିଏ ଦିନ ପାଇଁ ରାଜକୀୟ ଶୋକ ପାଳନ ପାଇଁ ଘୋଷଣା କରାଯାଇଛି ।

