fbpx

ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡିଲେ ୱାଶିଂଟନ ସୁନ୍ଦର, ଶାହବାଦକୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଯୁବ ଅଫ ସ୍ପିନର ତଥା ବଟମ୍‌ ଅର୍ଡର ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦର ପୁଣି ଅନ୍ତଜାତୀୟ କ୍ରିକେଟକୁ ଫେରିବାରେ ବିଳମ୍ବ ହୋଇଛି । ବିଶେଷ କରି ଜିମ୍ବାୱେ ବିପକ୍ଷରେ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜରୁ ଆଘାତ ପାଇଁ ବାଦ୍‌ ହେବାକୁ ପଡ଼ିଛି । ତାଙ୍କ ସ୍ଥାନରେ ଶାହବାଜ ଅହମ୍ମଦଙ୍କୁ ଦଳରେ ସାମିଲ୍‌ ହୋଇଛନ୍ତି।

ସଂପ୍ରତି ଇଂଲିଶ କାଉଣ୍ଟି ଖେଳୁଥିବା ୱାଶିଂଟନ ସୁନ୍ଦର ଭଲ ଫର୍ମରେ ଥିବାରୁ ତାଙ୍କୁ ଏହି ସିରିଜ ପାଇଁ ସୁଯୋଗ ମିଳିଥିଲା । ମାତ୍ର ଇଂଲଣ୍ଡରେ ଚାଲିଥିବା ରୟାଲ ଲଣ୍ଡନ କପର ଓଲ୍ଡଟ୍ରାଫୋର୍ଡ ଠାରେ ଅନୁଷ୍ଠିତ ମ୍ୟାଚରେ ସେ ଫିଲ୍ଡିଂ କରିବା ପରେ ଅତର୍କିତ ଭାବେ ତଳେ ପଡି ଯିବାରୁ ତାଙ୍କ କାନ୍ଧରେ ବଡ ଆଘାତ ଲାଗିଛି । ତେଣୁ ବର୍ତ୍ତମାନ ସେ ବାଙ୍ଗାଲୋର ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀରେ ରହି ଚିକିତ୍ସିତ ହେବେ । ବିସିସିଆଇ ମେଡିକାଲ ଟିମର ସୁାରିସ ନ ହେବା ପର୍ଯ୍ୟନ୍ତ ସେ ଭାରତ ପାଇଁ ପରବର୍ତ୍ତୀ ମ୍ୟାଚ ଖେଳି ପାରିବେ ନାହିଁ ।

ସୂଚନାଥାଉ କି, ୱାଶିଂଟନ ସୁନ୍ଦର ଅନେକ ମ୍ୟାଚ୍‌ରେ ଭାରତ ପାଇଁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଉଭୟ ବ୍ୟାଟିଂ ଓ ବୋଲିଂରେ ବିପକ୍ଷ ଦଳ ପାଇଁ ଘାତକ ସାଜିଥାନ୍ତି ।

Get real time updates directly on you device, subscribe now.