fbpx
BSKY
BJD MC SKY
BJD YOUTH SKY

ଆମେରିକା-ଚୀନ ପଥରେ ଚାଲିଲେ ଭାରତର ବିକାଶ ହେବ ନାହିଁ: ମୋହନ ଭାଗବତ୍

ମୁମ୍ବାଇ: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ପ୍ରମୁଖ ଅଧ୍ୟକ୍ଷ ମୋହନ ଭାଗବତ୍ ଭାରତର ବିକାଶ ପାଇଁ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ ଯଦି ଚୀନ ବା ଆମେରିକା ଭଳି ହେବାକୁ ଚେଷ୍ଟା କରେ ତେବେ ତାର ବିକାଶ ହେବ ନାହିଁ । ଭାରତର ବିକାଶ କିପରି ସମ୍ଭବ ହେବ ତାକୁ ମଧ୍ୟ ସେ କହିଛନ୍ତି । ଆରଏସଏସର ମୁଖ୍ୟ କହିଛନ୍ତି “ ଭାରତର ବିକାଶ ନିଜର ଦର୍ଶନ, ଏଠାରେ ରହୁଥିବା ଲୋକଙ୍କ ସ୍ଥିତି ଏବଂ ଆଙ୍କାକ୍ଷା, ପରମ୍ପରା ଏବଂ ସଂସ୍କୃତି, ଦୁନିଆ ଏବଂ ଜୀବନର ବିଚାରଧାରାକୁ ନେଇ ହୋଇପାରିବ ।” ଭାଗବତ ରବିବାର ଦିନ ଏହାକୁ ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରୁଥିଲେ ।

ସେ କହିଛନ୍ତି ଯେ, ଯେଉଁ ଧର୍ମ ମନୁଷ୍ୟର ସୁଖ ସୁବିଧାରେ ସାହାଯ୍ୟ କରେ, ହେଲେ ମନୁଷ୍ୟର ପ୍ରାକୃତିକତା ନଷ୍ଟ କରିଥାଏ, ତାହା ଧର୍ମ ନୁହେଁ । ଆମେରିକା ଏବଂ ଚୀନର ଏହି ନୀତିକୁ ଯଦି ଭାରତ ଅନୁସରଣ କରିବ ତେବେ ଏଥିରେ ଭାରତର ବିକାଶ ହେବ ନାହିଁ । ବିକାଶ ହେବ କିନ୍ତୁ ଭାରତ, ଚୀନ ଏବଂ ଆମେରିକା ପରି ତିଆରି ହେବ । ଯଦି ବିଶ୍ୱ ତରଫରୁ କିଛି ଭଲ ଜିନିଷ ଆସୁଛି ତେବେ ତାକୁ ଗ୍ରହଣ କରାଯିବା ଦରକାର ହେଲେ ତାକୁ ଆମ ପ୍ରକୃତି ଏବଂ ନିଜ ଶାସ୍ତ୍ର ଅନୁସାରେ ଗ୍ରହଣ କରିବା ଅବଶ୍ୟକ ।

ସେହିପରି ଜି-୨୦ ଅଧ୍ୟକ୍ଷତା କୁ ନେଇ ଭାଗବତ କହିଥିଲେ, ଏହା ଭାରତ ପାଇଁ କିଛି ଛୋଟ କଥା ନୁହେଁ । ବର୍ତ୍ତମାନ ଦୁନିଆକୁ ଭାରତର ଆବଶ୍ୟକ ଅଟେ । ଆମକୁ ବର୍ତ୍ତମାନ ଲମ୍ବା ରାସ୍ତା ଚାଲିବାକୁ ପଡ଼ିବ । ପୂର୍ବ ୨୦୦ ବର୍ଷ ମାନବତାର ଖୁସି ପାଇଁ କିଛି ପ୍ରୟାସ ହୋଇଥିଲା, ହେଲେ ସେଥିରୁ କିଛି ବି କାର୍ଯ୍ୟ ସଫଳ ହୋଇନଥିଲା । ପୁଣି ସେ କହିଛନ୍ତି ଯେ, ଭାରତ ହିଁ କେବଳ ବିଶ୍ୱବ୍ୟାପି ସମୃଦ୍ଧତାର ରାସ୍ତା ଦେଖାଇପାରିବ । କାରଣ ଆମେ ସର୍ବଦା ଏହି ସିଦ୍ଧାନ୍ତରେ ଉପନୀତ ହେଉ ଯେ, ସାରା ବିଶ୍ୱ ଏକ ପରିବାର ।

ହିନ୍ଦୁ କେବଳ ଜଣକୁ ବୁଝାଏ ନାହିଁ । ହିନ୍ଦୁ ସିଏ, ଯିଏ ପରମ୍ପରା ରୂପରେ ଭାରତରେ ବାସ କରେ ।ଭାଗବତ କହିଛନ୍ତି, ଆମେ ବିଭିନ୍ନତା ସହ ରହିପାରିବା, ବିଭିନ୍ନତା ହେଉଛି ଏକତା ରହିବାର ଅଭିବ୍ୟକ୍ତି । ଯିଏ ଏହାକୁ ବୁଝିଛି ସେ ହିନ୍ଦୁ । ଆଜି ମଧ୍ୟ କିଛି ନିଷ୍ଠୁର ବାହିନୀ ଏବଂ ସେମାନଙ୍କ ଏଜେଣ୍ଟମାନେ ଅଛନ୍ତି, ଯେଉଁମାନେ ଭାରତ ଭାଙ୍ଗିବା ଏବଂ ଅଗ୍ରଗତି ପାଇଁ କାମ କରୁଛନ୍ତି ।

 

Get real time updates directly on you device, subscribe now.