fbpx

ଆପ୍ ପରେ ଏବେ ବିଦ୍ୟୁତ୍ କ୍ଷେତ୍ରରେ ଚୀନକୁ ଝଟକା ଦେବ ଭାରତ, ମନ୍ତ୍ରୀ କହିଲେ-କଡା ହେବ ଆମଦାନୀ ନିୟମ

Advertisement

ଭାରତ ପକ୍ଷରୁ ଚୀନକୁ ଲଗାତାର ଆର୍ଥିକ ଝଟକା ଦିଆଯାଉଛି । ସଡକ ନିର୍ମାଣ ଓ ଡିଜିଟାଲ କ୍ଷେତ୍ରରେ ଝଟକା ପରେ ଏବେ ବିଦ୍ୟୁତ୍ କ୍ଷେତ୍ରରେ ଚୀନକୁ ଭାରତ ପକ୍ଷରୁ ଶକ୍ତ ଝଟକା ଦିଆଯିବ । କେନ୍ଦ୍ର ମନ୍ତ୍ରୀ ଆର କେ ସିଂ କହିଛନ୍ତି ଯେ, ‘ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଚୀନରୁ ଯାହା ଆମାଦନୀ କରାଯାଇଥିଲା, ଏବେ ସରକାର ତାହାକୁ ନିୟନ୍ତ୍ରଣ କରିପାରିବେ । ଏହି କ୍ଷେତ୍ରରେ କଷ୍ଟମ ଡ୍ୟୁଟି ବୃଦ୍ଧି କରାଯାଇପାରିବ ।’

ଏକ ଇଣ୍ଟରଭ୍ୟୁରେ ଆର କେ ସିଂ କହିଛନ୍ତି ଯେ, ‘ସରକାରଙ୍କ ଦ୍ୱାରା କଷ୍ଟମ ଶୁଳ୍କ ବୃଦ୍ଧି ପରାଯିବ । ଯାହାଦ୍ୱାରା ଆମଦାନୀ ଆହୁରୀ ସହଜ ହୋଇଯିବ । ଚୀନ କମ୍ପାନୀଗୁଡିକୁ ରୋକିବା ପାଇଁ କଷ୍ଟମ ସହିତ କଡା ନିୟମ ମଧ୍ୟ ନିଆଯିବ ।’

ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ‘ଭାରତ ପାଖରେ ଏତେ ଶକ୍ତି ରହିଛି, ଯାହାକି ଚୀନକୁ ଆର୍ଥିକ ସହିତ ଯୁଦ୍ଧ କ୍ଷେତ୍ରକୁ ବି ଠେଲିପାରେ । ଆଜି ସମଗ୍ର ବିଶ୍ୱ ଭାରତ ସହ ଅଛି ।’

Get real time updates directly on you device, subscribe now.