fbpx

ଖୁସି ଖବର: କରୋନାକୁ ମାତ୍ ଦେବା ପାଇଁ ଓଡିଶାରେ ହେବ ପ୍ଲାଜମା ଥେରାପି

AAKASH

ଭୁବନେଶ୍ୱର,୨ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଆଜି ରାଜ୍ୟରେ ୨୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ଏହାରି ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କରୋନାକୁ ମାତ୍ ଦେବା ପାଇଁ ଓଡିଶାରେ ପ୍ଲାଜମା ଥେରାପି ମାଧ୍ୟମରେ ଆରମ୍ଭ ହେବ ଚିକିତ୍ସା । ଏକ ବୈଷୟିକ କମିଟି ଗଠନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହି କମିଟି ପ୍ଲାଜମା ଥେରାପି ସମ୍ପର୍କିତ ତଥ୍ୟ ରାଜ୍ୟ ସରକାରଙ୍କୁ ଦେବେ । ରାଜ୍ୟର ୪ଟି ହସ୍ପିଟାଲରେ ଏହି ପ୍ଲାଜମା ଥେରାପି ହେବ । ଏସସିବି, ଅଶ୍ୱିନୀ ହସ୍ପିଟାଲ, ସମ ଓ କିମ୍ସରେ ପ୍ଲାଜମା ଥେରାପି ହେବ । ପ୍ଲାଜମା ଥେରାପି ପାଇଁ ବ୍ୟାଙ୍କ ପ୍ରତିଷ୍ଠା ନେଇ ନିଷ୍ପତ୍ତି ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.