fbpx
BSKY SKY
BSKY SKY

ମୋଟ ୧୧୧ଟି ପଦକ ଜିତି ରେକର୍ଡ କଲେ ଭାରତୀୟ କ୍ରୀଡ଼ାବିତ୍: ପଦକ ତାଲିକାରେ ପଞ୍ଚମ ସ୍ଥାନରେ ରହିଲା ଭାରତ

BSKY

ନୂଆଦିଲ୍ଲୀ: ଗତ ୨୨ ତାରିଖଠାରୁ ଚୀନର ହାଙ୍ଗଝୋଉଠାରେ ଆରମ୍ଭ ହୋଇଥିବା ଏସୀୟ ପାରା କ୍ରୀଡ଼ା ଆଜି ସମାପ୍ତ ହୋଇଛି । ଆଜି ଅନ୍ତିମ ତଥା ଷଷ୍ଠ ଦିବସରେ ଭାରତ ମୋଟ ୧୨ଟି ପଦକ ଜିତିଛି । ସେଥିମଧ୍ୟରେ ୪ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ରହିଛି । ଏହାଫଳରେ ଭାରତ ମୋଟ ୧୧୧ଟି ପଦକ ଜିତିଥିବା ବେଳେ ସେଥିମଧ୍ୟରେ ୨୯ଟି ସ୍ୱର୍ଣ୍ଣ, ୩୧ଟି ରୌପ୍ୟ ଓ ୫୧ଟି ବ୍ରୋଞ୍ଜ ପଦକ ସାମିଲ ରହିଛି ।

ପୁରୁଷ ୪୦୦ ମିଟର ଟି୪୭ ଇଭେଣ୍ଟ ଫାଇନାଲରେ ଦିଲିପ ମହାଦୁ ଗାଭିଟ ସ୍ୱର୍ଣ୍ଣ ଜିତିବା ପରେ ଭାରତ ପଦକ ବିଜୟରେ ଶତକ ପୂରଣ କରିଥିଲା । ପ୍ରଥମ ଥର ପାଇଁ ଏସୀୟ ପାରା କ୍ରୀଡ଼ାରେ ଭାରତର ଏହି ସର୍ବଶ୍ରେଷ୍ଠ ସଫଳତା ହାସଲ କରିଥିଲା । ଏହା ପୂର୍ବରୁ ଗତ ୨୦୧୮ ମସିହା ଇଣ୍ଡୋନେସିଆର ଜାକର୍ତ୍ତା ଏସୀୟ ପାରା କ୍ରୀଡ଼ା ସଂସ୍କରଣରେ ଭାରତ ଜିତିଥିବା ୭୨ଟି ପଦକ ସର୍ବଶ୍ରେଷ୍ଠ ରହିଥିଲା । ସେଥିରେ ୧୫ଟି ସ୍ୱର୍ଣ୍ଣ, ୨୪ଟି ରୌପ୍ୟ ଓ ୩୩ଟି ବ୍ରୋଞ୍ଜ ପଦକ ସାମିଲ ଥିଲା ।

ତେବେ ଏହି ଉଲ୍ଲେଖନୀୟ ସଫଳତା ହାସଲ କରି ଏସୀୟ ପାରା କ୍ରୀଡ଼ାର କ୍ରୀଡ଼ାବିତମାନେ ଏସୀୟ କ୍ରୀଡ଼ାର ଦକ୍ଷ କ୍ରୀଡ଼ାବିତଙ୍କ ସଫଳତାକୁ ଅନୁସରଣ କରିଛନ୍ତି । ସେମାନେ କଣ୍ଟିନେଲାଲ ସୋପିସ୍ ଇଭେଣ୍ଟରେ ୧୦୭ଟି ପଦକ ଜିତିଥିଲେ । ପାରା ଆଥଲେଟମାନଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ନିଜର ପ୍ରତିଭା, କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଦେଶର ଯୁବପୀଢ଼ି ଅସମ୍ଭବକୁ ସମ୍ଭବ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

ଆଜି ଦିଲିପ ମହାଦୁ ଗାଭିଟ ପୁରୁଷ ୪୦୦ ମିଟର ଟି୪୭ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ଜିତିଥିବା ବେଳେ ପୁରୁଷ ଏଫ-୫୫ ଜାଭେଲିନ ଥ୍ରୋ’ରେ ନିରଜ ଯାଦବ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଥିଲେ । ଚେସ ପୁରୁଷ ଟିମ୍ ରାପିଡ ଭି୧-ବି୧ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ବ୍ୟକ୍ତିଗତ ରାପିଡ ଭି୧-ବି୧ରେ ଦର୍ପଣ ଇନାନି ସ୍ୱର୍ଣ୍ଣ, ସୌନ୍ଦର୍ଯ୍ୟ କୁମାର ପ୍ରଧାନ ରୌପ୍ୟ ଓ ଅଶ୍ୱିନ ମାକୱାନା ବ୍ରୋଞ୍ଜ ପଦକ ଜିତିଥିଲେ ।

Get real time updates directly on you device, subscribe now.