fbpx

୮୩ ବର୍ଷରେ ୨ ଲକ୍ଷରୁ ଅଧିକ ନାବାଳିକାଙ୍କ ସହ ହୋଇଛି ଯୌନ ଶୋଷଣ, ସ୍ପେନ୍ କ୍ୟାଥୋଲିକ୍ ଚର୍ଚ୍ଚକୁ ନେଇ ହେଲା ବଡ ଖୁଲାସା

Advertisement

ନୂଆଦିଲ୍ଲୀ: ସ୍ପେନ୍‌ରେ ଥିବା ରୋମାନ କାଥୋଲିକ୍ ଚର୍ଚ୍ଚରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏହି ରିପୋର୍ଟରେ କୁହାଯାଇଛି କି ଏହି କ୍ୟାଥୋଲିକ୍ ଚର୍ଚ୍ଚରେ ହଜାର ହଜାର ଲୋକଙ୍କ ଯୌନ ଶୋଷଣ ହୋଇଛି । ଏହି ସର୍ଭେ ସ୍ପେନ୍‌ର ରାଷ୍ଟ୍ରୀୟ ଲୋକପାଳ ଆଞ୍ଜେଲ ଗାବିଲୋଣ୍ଡୋ ପକ୍ଷରୁ କରାଯାଇଛି ।

୧୮ ମାସର ସ୍ୱତନ୍ତ୍ର ଯାଞ୍ଚ ପରେ ପୀଡିତାଙ୍କ ସହ ଜଡିତ ୪୮୭ ମାମଲାର ଯାଞ୍ଚ କରାଯାଇଛି ଯେଉଁମାନେ ଲୋକପାଳ ଟିମ୍ ସହ ଏ ସଂପର୍କରେ କଥା ହୋଇଛନ୍ତି । ଏହି କଥାବାର୍ତ୍ତା ସମୟରେ ବହୁ ରହସ୍ୟ ସାମ୍ନାକୁ ଆସିଛି । ଏହି ସଂସ୍ଥା ପକ୍ଷରୁ ସ୍ପେନ ସଂସଦର ନିମ୍ନ ସଦନକୁ ୮୦୦ ପୃଷ୍ଠା ବିଶିଷ୍ଟ ରିପୋର୍ଟ ପ୍ରଦାନ କରାଯାଇଛି ।

ମାର୍ଚ୍ଚ ୨୦୨୨ରେ ସ୍ପେନର ସଂସଦ କ୍ୟାଥୋଲିକ୍ ଚର୍ଚ୍ଚରେ ଯୁବକ ଓ ଯୁବତୀଙ୍କ ଉପରେ ହେଉଥିବା ଯୌନ ଶୋଷଣ ଅଭିଯୋଗରେ ଏକ ଯାଞ୍ଚ ଟିମ୍ ଗଠନ କରିଥିଲେ । ଏହି କ୍ରମରେ ଯାଞ୍ଚ ଟିମ୍ ବହୁ ରହସ୍ୟର ପର୍ଦ୍ଦାଫାଶ କରିଥିଲା । ଏହି ଯାଞ୍ଚରୁ ଜଣାପଡିଥିଲା ୧୯୪୦ ପରେ ରୋମାନ କ୍ୟାଥୋଲିକ୍ ଚର୍ଚ୍ଚରେ ୨ ଲକ୍ଷରୁ ଅଧିକ ନାବାଳିକାଙ୍କୁ ଯୌନ ଶୋଷଣ କରାଯାଇଛି । ୮,୦୦୦ରୁ ଅଧିକ ବୟସ୍କଙ୍କ ସର୍ବେକ୍ଷଣ ସମୟରେ ୦.୬% ମତ ରଖିଥିଲେ କି ଯେତେବେଳେ ସେମାନେ ଶିଶୁ ଥିଲେ ସେତେବେଳେ ପାଦ୍ରୀ ସଦସ୍ୟ ଦ୍ୱାରା ସେମାନଙ୍କ ଯୌନ ଶୋଷଣ କରାଯାଇଥିଲା । ଏହାର ଅର୍ଥ ୧୯୪୦ରୁ ଏ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକଙ୍କ ଯୌନ ଶୋଷଣ କରାଯାଇଛି ।

ଅନ୍ୟପକ୍ଷରେ ଚର୍ଚ୍ଚ ପକ୍ଷରୁ କୁହାଯାଇଛି ଯୌନ ଶୋଷଣର ୯୨୭ ମାମଲା ସାମ୍ନାକୁ ଆସିଛି କିନ୍ତୁ ଯାଞ୍ଚ ଟିମ୍ ଅଧିକ ମାମଲା ନେଇ ନିଜର ରିପୋର୍ଟ ପ୍ରଦାନ କରିଛି । ଏଠାରେ ସୂଚାଇ ଦିଆଯାଇପାରେ କି କେବଳ ସ୍ପେନ୍‌ରେ ନୁହେଁ ଆମେରିକା, ୟୁରୋପ, ଚିଲି, ଅଷ୍ଟ୍ରେଲିଆରେ ମଧ୍ୟ ଏହିପରି ମାମଲା ସାମ୍ନାକୁ ଆସିଛି ।

Get real time updates directly on you device, subscribe now.