fbpx

ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଆରମ୍ଭ : କାଲିଠୁ ନଭେମ୍ବର ୨୯ ପର୍ଯ୍ୟନ୍ତ ଅନଲାଇନ ଆବେଦନ ଜାରି

Advertisement

ଭୁବନେଶ୍ୱର : ଚଳିତ ବର୍ଷ ପାଇଁ ଶିକ୍ଷକ ବଦଳି ପୋର୍ଟାଲ ରବିବାର ଠାରୁ ଅର୍ଥାତ ଅକ୍ଟୋବର ୨୯ରୁ ଖୋଲିବ । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ମାଧ୍ୟମିକ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି କରି ମାଧ୍ୟମିକ ଶିକ୍ଷା ପରିଷଦ ଅବଗତ କରିଛି । ବଦଳି ପ୍ରକ୍ରିୟା ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ । ଏହି ପ୍ରକ୍ରିୟା ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଆବେଦନ ଜାରି ରହିବ ।

ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି । ବଦଳି ପାଇଁ ଶିକ୍ଷକ ମାନେ ଅନଲାଇନ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ଏହି ପ୍ରକ୍ରିୟା ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଅନ୍ତଃଜିଲ୍ଲା ବଦଳି ପାଇଁ ଶିକ୍ଷକମାନେ ଆବେଦନ କରିପାରିବେ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି । ବଦଳି ପାଇଁ ଥିବା ନିୟମ ବିଷୟରେ ସରକାର ପୂର୍ବରୁ ଅବଗତ କରାଇଛନ୍ତି ।

ସୂଚନା ଅନୁଯାୟୀ, ଦୁଇଜଣଙ୍କ ମଧ୍ୟରେ ବୁଝାମଣା ଭିତ୍ତିରେ, ନିଜେ କିମ୍ବା ପରିବାରର ସଦସ୍ୟ ଯଦି ଗୁରୁତର ରୋଗରେ ଆକ୍ରାନ୍ତ ଥିଲେ ଏବଂ ଦମ୍ପତିଙ୍କ କ୍ଷେତ୍ରରେ ବଦଳିକୁ ଅଗ୍ରାଧିକାର ଦିଆଯିବ ବୋଲି କୁହାଯାଇଛି । ବଦଳି ପୋର୍ଟାଲ ଆରମ୍ଭ ହେବା ଫଳରେ ବଦଳି ପାଇଁ ଅପେକ୍ଷା କରିଥିବା ହଜାର ହଜାର ଶିକ୍ଷକ ଶିକ୍ଷୟତ୍ରୀ ଆବେଦନ କରିବା ସହ ଉପକୃତ ହୋଇପାରିବେ ।

Get real time updates directly on you device, subscribe now.