fbpx

ଏସୀୟ ପାରା କ୍ରୀଡ଼ାରେ ୧୮ତମ ସ୍ୱର୍ଣ୍ଣ ପଦକ: ମିକ୍ସଡ ଟିମ କମ୍ପାଉଣ୍ଡ ଆର୍ଚେରୀ ଇଭେଣ୍ଟରେ ଭାରତକୁ ବଡ଼ ସଫଳତା

Advertisement

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ଚତୁର୍ଥ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଓ ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୬୪ରେ ପହଞ୍ଚିବା ସହିତ ସେଥିରେ ୧୫ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୯ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ଏହା ମଧ୍ୟରେ ଆଜି ଭାରତ ୧୮ତମ ସ୍ୱର୍ଣ୍ଣ ପଦକ ଜିତିଛି । ମିକ୍ସଡ ଟିମ୍ କମ୍ପାଉଣ୍ଡ ଆର୍ଚେରୀ ଇଭେଣ୍ଟରେ ଭାରତକୁ ବଡ଼ ସଫଳତା ମିଳିଛି । ରାକେଶ କୁମାର ଓ ଶୀତଲ ଦେବୀ ପ୍ରତିପକ୍ଷ ଚୀନର ୟୁଏଶାନ ଲିନ ଓ ଜିନଲିଆଙ୍ଗ ଏଆଇଙ୍କୁ ୧୫୧-୧୪୯ରେ ପରାସ୍ତ କରିଛନ୍ତି । ଏହା ପୂର୍ବରୁ ଆଜି ଭାରତ ପୁରୁଷ ଶଟ୍ ପୁଟ୍ ଏଫ-୪୬ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ଜିତିଥିଲା । ସଚିନ ସର୍ଜେରାଓ ଖିଲାରି ୧୬.୦୩ ମିଟର ପ୍ରଦର୍ଶନ କରି ଏହି ରେକର୍ଡ କରିଥିଲେ । ସେହିପରି ଆର୬- ମିକ୍ସଡ ୫୦ ମିଟର ରାଇଫଲ ପ୍ରୋନ ଏସଏଚ୧ରେ ୨୪୭.୭ ସ୍କୋର କରି ସିଦ୍ଧାର୍ଥ ବାବୁ ଭାରତକୁ ୪ର୍ଥ ଦିନର ଦ୍ୱିତୀୟ ସ୍ୱର୍ଣ୍ଣ ଭେଟି ଦେଇଥିଲେ ।

ଚଳିତ ବର୍ଷ ଏହି ଇଭେଣ୍ଟରେ ମୋଟ ୩୦୯ ଜଣ ଭାରତୀୟ ଆଥଲେଟ୍ ଭାଗନେଉଥିବା ବେଳେ ସେଥିମଧ୍ୟରେ ୧୯୬ ଜଣ ପୁରୁଷ ଓ ୧୧୩ ଜଣ ମହିଳା ରହିଛନ୍ତି । ୪ ବର୍ଷ ପୂର୍ବେ ଅନୁଷ୍ଠିତ ହୋଇଥିବା ଇଣ୍ଡୋନୋସିଆର ଜାକର୍ତ୍ତା ସଂସ୍କରଣରେ ଭାରତର ୧୮୮ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ଓଡ଼ିଶାରୁ ୭ ଜଣ କ୍ରୀଡ଼ାବିତ ଭାଗ ନେଇଛନ୍ତି । ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ, ଦୌଡ଼କୁଦରେ ଜୟନ୍ତୀ ବେହେରା, ଦୃଷ୍ଟିହୀନ ଚେସରେ ସୌନ୍ଦର୍ଯ୍ୟକୁମାର ପ୍ରଧାନ, ହ୍ୱିଲଚେୟାର ଫେନ୍ସିରେ ପୂଜାସ୍ୱିନୀ ନାୟକ, ରାଖାଲ କୁମାର ସେଠୀ, ଭି. ରମେଶ ରାଓ ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ନିଜର ପ୍ରତିଭା ପ୍ରଦର୍ଶନ କରିବେ ।

Get real time updates directly on you device, subscribe now.