fbpx

ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀ ବାୟୁ, ଅନେକ ସ୍ଥାନରେ AQI 250 ହେଲା ପାର

Advertisement

ନୂଆଦିଲ୍ଲୀ : ଶ୍ୱାସରୁଦ୍ଧ କରୁଛି ହେବାରେ ଲାଗିଛି ଦିଲ୍ଲୀ ବାୟୁ । ଯାହା ଫଳରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକମାନଙ୍କୁ ନିଶ୍ୱସ ନେବାରେ କଷ୍ଟ ହେଉଛି । ତେବେ ଏଠାରେ ବାୟୁର ମାନ ସୂଚକାଙ୍କ ୨୩ ପଏଣ୍ଟ ରହିଛି । ଗତ ଦୁଇ ଦିନ ମଧ୍ୟରେ ପ୍ରଦୂଷଣ ବୃଦ୍ଧି ହେବାର ସବୁଠାରୁ ବଡ କାରଣ ହେଉଛି ପବନ ବେଗ ଏଠାରେ ହ୍ରାସ ପାଇଛି ।

ଏୟାର କ୍ୱାଲିଟି ଏବଂ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ ଅନୁସାରେ , ଦିଲ୍ଲୀର ଅନେକ ସ୍ଥାନରେ ବାୟୁ AQI 250  ପାର କରିସାରିଛି । ଏହାକୁ ଦେଖିବା ପରେ ଦିଲ୍ଲୀ ସରକାର ଆଣ୍ଟି ସ୍ମଗ ଗନ ବ୍ୟବହାର କରିବାରେ ଲାଗିଛି । ଏହା ସହିତ ଅନେକ ସ୍ଥାନରେ ପାଣି ମଧ୍ୟ ଛିଞ୍ଚା ଯାଉଛି । ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣରୁ ମୁକ୍ତ ରଖିବା ପାଇଁ ଗୁରୁବାର ଆଇଟିଓ ଛକରୁ ରେଡ ଲାଇଟ ଅନ ଏବଂ ଭେଇକିଲ ଅଫ ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନରେ ସାଧାରଣ ଲୋକ ଭାଗ ନେବେ ।ଅକ୍ଟୋବରରେ ରାଜଧାନୀରେ ଶୀତ ଆରମ୍ଭ ହୁଏ । ଏହା ସହିତ ପ୍ରଦୂଷଣ ମଧ୍ୟ ତାହାର ପ୍ରଭାବ ଦେଖାଇଥାଏ । ଏହା ଦିଲ୍ଲୀର ପ୍ରତିବର୍ଷର କାହାଣୀ ।

Get real time updates directly on you device, subscribe now.