fbpx

ଭାରତ- ଜିମ୍ବାୱେ 3rd T20 ଆଜି : ଚୂଡାନ୍ତ ଏକାଦଶରେ ହୋଇପାରେ ବଡ ପରିବର୍ତ୍ତନ

ଓଡିଶା ଭାସ୍କର: ଭାରତ ଆଜି ଜିମ୍ବାୱେ ବିପକ୍ଷରେ ନିଜର ତୃତୀୟ ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିବ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜର ତୃତୀୟ ମ୍ୟାଚରେ ବଡ ପରିବର୍ତ୍ତନ କରାଯାଇପାରେ । ଟିମ୍ ଇଣ୍ଡିଆ ନିଜର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିବା ପ୍ରାୟ ଥୟ । ଏଥିରେ ୩ ଜଣ ଖେଳାଳିଙ୍କୁ ସୁଯୋଗ ଦିଆଯାଇପାରେ । ଯେଉଁମାନେ ପ୍ରଥମ ୨ଟି ମ୍ୟାଚରେ ସୁଯୋଗ ପାଇ ନ ଥିଲେ ତୃତୀୟ ମ୍ୟାଚରେ ସେମାନଙ୍କୁ ସୁଯୋଗ ମିଳିବାର ସମ୍ଭାବନା ବେଶ୍ ଅଧିକ । ଶୁଭମନ ଗିଲଙ୍କ ଭାରତୀୟ ଦଳ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରି ପଡିଆକୁ ଓହ୍ଲାଇବା ନିଶ୍ଚିତ ।

ପ୍ରଥମେ ଜିମ୍ବାୱେ ସିରିଜ ପାଇଁ ଶିବମ ଦୁବେ, ସଞ୍ଜୁ ସାମସନ ଓ ଯଶସ୍ୱୀ ଜୟସ୍ୱାଲଙ୍କୁ ସାମିଲ କରାଯାଇଥିଲା । ମାତ୍ର ସେମାନେ ବାରବାଡୋସର ଘୂର୍ଣ୍ଣିଝଡ ଯୋଗୁଁ ବିଳମ୍ବରେ ଭାରତ ପହଞ୍ଚିଥିଲେ । ଫଳରେ ଏ ତିନି ଖେଳାଳି ପ୍ରଥମ ୨ ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚରେ ଉପଲବ୍ଧ ନ ଥିଲେ । ସେଥିପାଇଁ ସେମାନଙ୍କ ସ୍ଥାନରେ ଜିତେଶ ଶର୍ମା, ହର୍ଷିତ ରାଣା ଓ ସାଇ ସୁଦର୍ଶନଙ୍କୁ ସୁଯୋଗ ଦିଆଯାଇଥିଲା । ମାତ୍ର ଏବେ ସେମାନେ ଟିମ୍ ଇଣ୍ଡିଆ ସହ ଯୋଡି ହୋଇ ସାରିଛନ୍ତି । ତୃତୀୟ ଟ୍ୱେଣ୍ଟି ଟ୍ୱେଣ୍ଟିରେ ଏମାନଙ୍କ ଖେଳାଳି ମଧ୍ୟ ନିଶ୍ଚିତ । ଯଶସ୍ୱୀ ଜୟସ୍ୱାଲ ଏହି ମ୍ୟାଚରେ ଓପନର ଭାବରେ ଖେଳିବା ପ୍ରାୟ ନିଶ୍ଚିତ ହୋଇ ସାରିଛି । ତାଙ୍କ ସହ ଅଭିଷେକ ଶର୍ମା ପ୍ରାରମ୍ଭିକ ଯୋଡି ଭାବରେ କାର୍ଯ୍ୟ କରି ପାରନ୍ତି । ସେପଟେ ନିଜେ ଅଧିନାୟକ ଶୁଭମନ ଗିଲ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ପାରନ୍ତି ।

Get real time updates directly on you device, subscribe now.