fbpx
BJD SKY
BJD SKY

ବାୟୁସେନାର ଲଢୁଆ ବିମାନ ଦୁଘର୍ଟଣାଗ୍ରସ୍ତ

BJD

ନୂଆଦିଲ୍ଲୀ: ବାୟୁସେନାର ମିଗ-୨୧ ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ପଞ୍ଜାବ ମୋଗା ନିକଟରେ ବିଳମ୍ବିତ ରାତି ପ୍ରାୟ ଗୋଟାଏରେ ଏହି ଦୁର୍ଘଟଣା ହୋଇଛି । ରୁଟିନ୍ ପ୍ରଶିକ୍ଷଣରେ ଯାଇଥିବା ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ବିମାନଟି ରାଜସ୍ଥାନର ସୁରତଗଡରୁ ଉଡାଣ ଭରିଥିଲା ।

ତେବେ ଦୁର୍ଘଟଣା ସମୟରେ ଏହା ମଧ୍ୟରେ କେତେ ଜଣ ପାଇଲଟ ଥିଲେ ଓ ସେମାନଙ୍କ ଅବସ୍ଥା ଏବେ କେମିତି ଅଛି, ତାହା ଅସ୍ପଷ୍ଟ । ବାୟୁସେନା କେବଳ ରୁଟିନ୍‌ ପ୍ରଶିକ୍ଷଣ କରୁଥିବା ବେଳେ ମିଗ୍‌ -୨୧ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଉଡ଼ାଣର କିଛି ସମୟ ପରେ ହଠାତ୍‌ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା। ଏହି କାରଣରୁ ପାଲଇଟ ବିମାନକୁ ଅବତରଣ କରିବାକୁ ଚାହିଁଥିଲେ। କିନ୍ତୁ ସୁରକ୍ଷିତ ଅବତରଣ ପୂର୍ବରୁ ହିଁ ବିମାନଟି ମୋଗା ନିକଟସ୍ଥ ଗୋଟିଏ ଗାଁ ନିକଟରେ ଖସି ପଡ଼ିଥିଲା।

Get real time updates directly on you device, subscribe now.