fbpx

ଅଗ୍ନିବୀର ନିଯୁକ୍ତି ଲାଗି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ , ଅନଲାଇନରେ ଏହିପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ଅଗ୍ନିବୀର ନିଯୁକ୍ତି ଲାଗି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପ୍ରକ୍ରିୟା ୧୭ ଜାନୁୟାରୀ ୨୦୨୪ରୁ ଆରମ୍ଭ ହୋଇଛି । ଯେଉଁମାନେ ଏଥିପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ IAF ଅଗ୍ନିବୀରର ଅଫିସିଆଲ ୱେବସାଇଟ agnipathvayu.cdac.in ମାଧ୍ୟମରେ ଆବେଦନ କରିପାରିବେ । ଏହି ଆବେଦନ କରିବାର ଶେଷ ତାରିଖ ରହିଛି ୬ ଫେବୃୟାରୀ ୨୦୨୪ । ଏହି ନିଯୁକ୍ତି ଲାଗି ଅନଲାଇନ୍ ପରୀକ୍ଷା ୧୭ ମାର୍ଚ୍ଚ ୨୦୨୪ରେ ଆୟୋଜିତ ହେବ ।
ଯୋଗ୍ୟତା:
ଆଶାୟୀ ପ୍ରାର୍ଥୀ ଇଣ୍ଟରମିଡିଏଟ୍‌/୧୦+୨/ସମକକ୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଉଚିତ । ଏଥିପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ଜନ୍ମ ୨ ଜାନୁୟାରୀ ୨୦୦୪ରୁ ୨ ଜୁଲାଇ ୨୦୦୭ ମଧ୍ୟରେ ହୋଇଥିବା ଉଚିତ ।
ପରୀକ୍ଷା ଫି’:
ଅନଲାଇନ୍ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ କରିବା ସମୟରେ ପ୍ରାର୍ଥୀଙ୍କୁ ପରୀକ୍ଷା ଶୁଳ୍କ ୫୫୦ ଟଙ୍କା ସହିତ ଜିଏସଟି ଅନଲାଇନରେ ଭରିବାକୁ ପଡିବ । ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଇଣ୍ଟରନେଟ୍ ବ୍ୟାଙ୍କିଂ ଜରିଆରେ ପେମେଣ୍ଟ କରିବେ । ଏହି ନିଯୁକ୍ତି ସମ୍ବନ୍ଧିତ ଅଧିକ ସୂଚନା ଲାଗି IAF ର ଅଧିକାରୀକ ୱେବସାଇଟ ଦେଖିପାରିବେ ।

Get real time updates directly on you device, subscribe now.