fbpx
BJD
BJD SKY
BJD SKY

ଭାରତ-ପାକିସ୍ତାନ ମଧ୍ୟରେ ଆୟୋଜନ ହେବ କ୍ରିକେଟ ସିରିଜ: BCCI ସଭାପତିଙ୍କ ସହ ଆଜି ଆଲୋଚନା କରିବେ PCB ଚେୟାରମ୍ୟାନ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚକୁ ସମଗ୍ର ବିଶ୍ୱ ଉତ୍ସୁକତାର ସହ ଚାହିଁ ରହିଥାଏ । କାରଣ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଲଢ଼େଇର ମଜା ଅନ୍ୟ କେଉଁଠି ଦେଖିବାକୁ ମିଳିଥାଏ । ଭାରତ-ପାକ୍ ମ୍ୟାଚର ଟିକେଟ କେଇ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥାଏ । ତେବେ ଦୀର୍ଘ ବର୍ଷ ଧରି ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜର ଆୟୋଜନ କରାଯାଇନାହିଁ । କେବଳ ଆଇସିସିର ଇଭେଣ୍ଟରେ ହାତଗଣତି ମ୍ୟାଚରେ ଭାରତ-ପାକ ସାମ୍ନାସାମ୍ନି ହୋଇଥାନ୍ତି । ତେବେ କ୍ରୀଡ଼ପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ପୁଣି ଥରେ ଦୁଇ ଦେଶ ମୁହାଁମୁହିଁ ହୋଇପାରନ୍ତି ।

ତେବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ରମିଜ ରାଜା ଦୁଇ ରାଷ୍ଟ୍ର ମଧ୍ୟରେ କ୍ରିକେଟ ଆୟୋଜନ ନେଇ ଆଶାବାଦୀ ଅଛନ୍ତି । ଆଜି ଦୁବାଇଠାରେ ଏସିଆନ କ୍ରିକେଟ କାଉନସିଲ (ଏସିସି)ର ଏକ ବୈଠକ ବସିବାର ଅଛି । ଉକ୍ତ ବୈଠକରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଯୋଗଦେବାର ଅଛି । ତେଣୁ ରମିଜ ଏହି ଅବସରରେ ଗାଙ୍ଗୁଲିଙ୍କ ସହ ଏକ ଚତୁଃରାଷ୍ଟ୍ରୀୟ କ୍ରିକେଟ ସିରିଜର ଆୟୋଜନ ନେଇ ଆଲୋଚନା କରିବେ ।

ଏନେଇ ରମିଜ କହିଛନ୍ତି ଯେ, ଭାରତ, ପାକିସ୍ତାନ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ନେଇ ଏକ ସିରିଜ ଆୟୋଜନ କରିବାର ଯୋଜନା ରହିଛି । ଗାଙ୍ଗୁଲି ଓ ମୁଁ ଦୁହେଁ ପୂର୍ବରୁ ନିଜ ନିଜ ଦେଶର କ୍ରିକେଟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛୁ । କ୍ରିକେଟରେ ରାଜନୀତିରେ କୌଣସି ସ୍ଥାନ ନାହିଁ । ଯଦି ଭାରତ ଏଥିରେ ରାଜି ହେବ ନାହିଁ ତେବେ ଆମେ ଏକ ତ୍ରିରାଷ୍ଟ୍ରୀୟ ସିରିଜର ଆୟୋଜନ କରିବୁ । ଆସନ୍ତା ବର୍ଷ ଏସିଆ କପରେ ଖେଳିବା ପାଇଁ ଭାରତ ପାକିସ୍ତାନ ଗସ୍ତରେ ଆସିବାର ଯୋଜନା ରହିଛି ।

Get real time updates directly on you device, subscribe now.