fbpx

ଭାରତରେ କେବେ ଆସିବ ଚତୁର୍ଥ ଲହର? ବିଶେଷଜ୍ଞ କଲେ ଏପରି ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଗତ ୨ ବର୍ଷ ଧରି କରୋନା ଭାଇରସ୍ ଓ ଏହାର ଅଲଗା ଅଲଗା ଭାରିଆଣ୍ଟ ସାରା ବିଶ୍ୱର ଲୋକଙ୍କୁ ସମସ୍ୟାରେ ପକାଇଛି । ଏହାରି ମଧ୍ୟରେ ପୁଣି ଥରେ ଚୀନ, ସାଉଥ କୋରିଆ ଓ ୟୁରୋପୀୟ ଦେଶରେ କରୋନା ମାମଲା ପୁଣିଥରେ ବଢ଼ିବାରେ ଲାଗିଛି । କରୋନାର ନୂଆ ମାମଲା ଓମିକ୍ରନର ସବ୍-ଭାରିଆଣ୍ଟ ବିଏ୨ କାରଣରୁ ବଢ଼ିବାରେ ଲାଗିଛି, ଯେଉଁଥିପାଇଁ କରୋନାର ଚତୁର୍ଥ ଲହର ଆସିବାର ଆଶଙ୍କା ବଢ଼ିଯାଇଛି । ଅବଶ୍ୟ ଭାରତୀୟ ବିଶେଷଜ୍ଞ ଚତୁର୍ଥ ଲହରକୁ ନେଇ ଚିନ୍ତିତ ନୁହଁନ୍ତି ।

ବିଶେଷଜ୍ଞ ସୁଭାଷ ସାଲୁଖେଙ୍କ କହିବା ମୁତାବକ, ଡିସେମ୍ବର ୨୦୨୧ରୁ ଫେବ୍ରୁଆରୀ ୨୦୨୨ ମଧ୍ୟରେ ଆସିଥିବା ତୃତୀୟ ଲହରରେ ଅଧିକାଂଶ ଲୋକଙ୍କର ଇମ୍ୟୁନିଟି ଅଧିକ ଶକ୍ତିଶାଳୀ ହୋଇଯାଇଛି । ଭାରତର ଅନେକ ରାଜ୍ୟରେ ଟିକାକରଣ ତୀବ୍ର ହେବାରେ ଲାଗିଛି, ଏଥିପାଇଁ ଅଧିକ ଚିନ୍ତା କରିବାର କିଛି ନାହିଁ । କିନ୍ତୁ ଆମକୁ ବେପରୁଆ ହେବା ଉଚିତ୍ ନୁହେଁ, କାରଣ ଏହି କାରଣ ଯୋଗୁଁ ଚତୁର୍ଥ ଲହର ଆସିପାରେ । ତେବେ ଚତୁର୍ଥ ଲହର କେବେ ଆସିବ ଓ ଏହା କେତେ ଭୟଙ୍କର ହେବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.