fbpx
BSKY SKY
BSKY SKY

ପିଏମ କିଷାନ ଯୋଜନାର ବଦଳିଲା ନିୟମ! ୩୧ ମାର୍ଚ୍ଚ ପୂର୍ବରୁ କରନ୍ତୁ ଏହି କାମ, ନଚେତ୍ ମିଳିବନି ଟଙ୍କା

BSKY

ନୂଆଦିଲ୍ଲୀ: ପିଏମ କିଷାନ ଯୋଜନା ଅଧିନରେ ଏବେ ଚାଷୀମାନେ ଏକାଦଶ କିସ୍ତି ଅପେକ୍ଷାରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟକୁ ୧୦ମ କିସ୍ତି ଆସିସାରିଛି । ପିଏମ କିଷାନ ଯୋଜନା ୨୦୨୧ରେ କେନ୍ଦ୍ର ସରକାର ବଡ଼ ପରିବର୍ତ୍ତନ କରିଥିଲେ, ଯାହା ହିସାବରେ ଏବେ ୧୧ତମ କିସ୍ତି ପାଇଁ ଚାଷୀଙ୍କୁ e-KYC ସମ୍ପୂର୍ଣ୍ଣ କରିବାକୁ ପଡିବ । ଅର୍ଥାତ୍ ଏବେ ଏକାଦଶ କିସ୍ତି ପାଇଁ କୃଷକମାନଙ୍କୁ ଅନେକ ନୂଆ ନିୟମ ସହିତ ଆବେଦନ କରିବାକୁ ପଡିବ ।

ପିଏମ କିଷାନ ଯୋଜନାର ହିତାଧିକାରୀମାନଙ୍କୁ ପରବର୍ତ୍ତୀ କିସ୍ତି ଅର୍ଥାତ୍ ୧୧ତମ କିସ୍ତିର ଟଙ୍କା ସେବେ ମିଳିବ, ଯେବେ ଆପଣ e-KYC ପୂରଣ କରିବେ । e-KYC ବିନା ଆପଣଙ୍କ କିସ୍ତି ଅଟକି ଯାଇପାରେ । ଖୁବଶୀଘ୍ର ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୧ତମ କିସ୍ତି ଜାରି କରାଯିବ । ପିଏମ କିଷାନ ପୋର୍ଟଲରେ କୁହାଯାଇଛି ଯେ, ଆଧାର ଅଧାରିତ ଓଟିପି ପ୍ରାମାଣିକରଣ ପାଇଁ ଚାଷୀମାନଙ୍କୁ Kisan Cornerରେ e-KYC ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ । ବାୟୋମେଟ୍ରିକ ପ୍ରାମାଣିକରଣ ପାଇଁ ନିକଟତମ ସିଏସସି ସେଣ୍ଟର ଯିବାକୁ ପଡିବ । ଏହି କାମ ଘରେ ବସି ମୋବାଇଲ୍, କମ୍ପ୍ୟୁଟର କିମ୍ବା ଲାପଟପ୍ ରୁ ଆପଣ କରିପାରିବେ ।

ଜାଣନ୍ତୁ ଏହାର ପ୍ରୋସେସ୍:-

– ଆଧାର ଆଧାରିତ OTP ପ୍ରାମାଣିକରଣ ପାଇଁ Kisan Cornerରେ ଥିବା ‘e-KYC’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
– ବାୟୋମେଟ୍ରିକ୍ ପ୍ରାମାଣିକରଣ ପାଇଁ ନିକଟତମ ସିଏସସି ସେଣ୍ଟ ସହ ଯୋଗାଯୋଗ କରନ୍ତୁ ।
– ଆପଣ ମୋବାଇଲ୍, ଲାପଟପ୍ କିମ୍ବା କମ୍ପ୍ୟୁଟର ସାହାଯ୍ୟରେ ଏହାକୁ ଘରେ ବସି କରିପାରିବେ ।
– ଏଥିପାଇଁ, ସର୍ବପ୍ରଥମେ ଆପଣ https://pmkisan.gov.in/ପୋର୍ଟାଲକୁ ଯାଆନ୍ତୁ ।
– ଡାହାଣ ପାର୍ଶ୍ୱରେ ଆପଣ ଏହିପରି ଟ୍ୟାବ୍ ମିଳିବ । ସବୁଠାରୁ ଉପରେ e-KYC ଲେଖାଥିବା ମିଳିବ, ଏହା ଉପରେ କ୍ଲିକ କରନ୍ତୁ ।

Get real time updates directly on you device, subscribe now.