fbpx
BJD
BJD SKY
BJD SKY

ଭାରତୀୟ ସେନା ବ୍ରିଗେଡିୟର୍ ଏବଂ ଉପରିସ୍ଥ ରାଙ୍କ ଅଫିସରଙ୍କ ପାଇଁ ସମାନ ୟୁନିଫର୍ମ ଲାଗୁ

ନୁଆଦିଲ୍ଲୀ: ବ୍ରିଗେଡିୟର୍ ଏବଂ ଉପରିସ୍ତ ର‌୍ୟାଙ୍କ୍ ଅଫିସରଙ୍କ ପାଇଁ ସମାନ ୟୁନିଫର୍ମ ଲାଗୁ କରିଛି ଭାରତୀୟ ସେନା। ନୁତନ ଭାବେ ନିଯୁକ୍ତି ସମୟରେ ସେମାନେ ପ୍ୟାରେଣ୍ଟ କ୍ୟାଡର୍ ୟୁନିଫର୍ମ ପିନ୍ଧିବେ। ନିକଟରେ ଭାରତୀୟ ସେନାର କମାଣ୍ଡର ସ୍ତରୀୟ ସମ୍ମିଳନୀରେ ବିଭିନ୍ନ ପକ୍ଷ ମାନଙ୍କ ସହିତ ବିସ୍ତୃତ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହା ଭାରତୀୟ ସେନାରେ ଯବାନମାନଙ୍କର ଚରିତ୍ରକୁ ସମାନ ଭାବେ ପ୍ରଦର୍ଶିତ କରିବ ବୋଲି କୁହାଯାଇଛି।

ଏହି ନିଷ୍ପତି ଅନୁଯାୟୀ ଅଗଷ୍ଟ ୧ ତାରିଖରୁ ବ୍ରିଗେଡିୟର୍ ର‌୍ୟାଙ୍କର ସମସ୍ତ ଅଧିକାରୀ, ମେଜର ଜେନେରାଲ, ଲେଫ୍ଟନାଣ୍ଟ ଜେନେରାଲ ଏବଂ ଜେନେରାଲ ମାନେ ସମାନ ରଙ୍ଗର ବ୍ୟାରେଟ୍‌, ସମାନ ବ୍ୟାଚ୍‌, ବେଲ୍ଟ ଏବଂ ସମାନ ପ୍ରକାର ଜୋତା ମଧ୍ୟ ପରିଧାନ କରିବେ। ସେହିପରି ଏହି ଅଧିକାରୀମାନେ କାନ୍ଧରେ ପଦବୀ ସମ୍ପର୍କିତ ନାମ ଫଳକ ମଧ୍ୟ ରହିବ ନାହିଁ।

ଆଗକୁ ସେମାନେ କୋଣସି ପରିଚୟ ପ୍ରଦାନ କରୁଥିବା ବ୍ୟାଚ୍ ମଧ୍ୟ ପିନ୍ଧିବେ ନାହିଁ, ଯାହା ସେମାନଙ୍କୁ ଏକ ସ୍ୱତନ୍ତ୍ର ରେଜିମେଣ୍ଟ କିମ୍ବା ଅଧିକାରୀ ଭାବେ ସୂଚାଇବ। ‘ସ୍ପେସାଲ୍ ଫୋର୍ସ’, ‘ଅରୁଣାଚଳ ସ୍କାଉଟ୍ସ’ କିମ୍ବା ‘ଡୋଗ୍ରା ସ୍କାଉଟ୍ସ’ ପରି କାନ୍ଧ ଫ୍ଲାସ୍ ଆଉ ବ୍ୟବହାର ହେବ ନାହିଁ।

Get real time updates directly on you device, subscribe now.