fbpx

ତୁରନ୍ତ ଜାଣିପାରିବେ ଔଷଧ ଅସଲି ବା ନକଲି : ଅଗଷ୍ଟ ୧ରୁ ଆରମ୍ଭ ହୋଇଛି ଏହି ସୁବିଧା

ନୂଆଦିଲ୍ଲୀ : ଦେଶରେ ନକଲି ଔଷଧର ବ୍ୟବସାୟକୁ ଅଟକାଇବା ପାଇଁ ବର୍ତ୍ତମାନ ଏଥିରେ ଗୁରୁତ୍ୱପୂର୍ଣ୍ଣ ଜିନିଷ ଲଗାଯିବ । ଏହି ନିଷ୍ପତ୍ତି ଆଜିଠାରୁ କାର୍ଯ୍ୟକାରୀ ହେବ । ଏବେ ଆପଣ ତୁରନ୍ତ ଜାଣିପାରିବେ ଯେ, ଯେଉଁ ଔଷଧ ଆପଣ ନେଉଛନ୍ତି ତାହା ନକଲି ତ ନୁହେଁ । ବର୍ତ୍ତମାନ ଏହି ଭୟରୁ ମୁକ୍ତି ପାଇବା ପାଇଁ କେନ୍ଦ୍ରସରକାର ଆଜିଠାରୁ ୩୦୦ ଔଷଧରେ କ୍ୟୁ ଆର କୋଡ ଲଗାଇବାର ଆଦେଶ ଦେଇଛନ୍ତି, ଯାହାକି ଲାଗୁ ହୋଇଯାଇଛି । ଇଣ୍ଡିଆର ଡ୍ରଗସ କଣ୍ଟ୍ରୋଲ ଜନରଲ ଅଫିସ ଇଣ୍ଡିଆ ଫାର୍ମା କମ୍ପାନୀକୁ ଏନେଇ ସିଧା ସଳଖ ଆଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଦେଶର ଶ୍ରେଷ୍ଠ ୩୦୦ଟି ଔଷଧର ବ୍ରାଣ୍ଡ କମ୍ପାନୀ ଗୁଡିକରେ ସେମାନଙ୍କ ଔଷଧରେ କ୍ୟୁ ଆର କୋଡ କିମ୍ବା ବାର କୋଡ ରଖିବା ବାଧ୍ୟତାମୂଳକ ହୋଇଛି । ଯାହାକୁ ସ୍କାନ କରି ଆପଣ ଔଷଧ ବିଷୟରେ ଅନେକ କିଛି ଜାଣି ପାରିବେ । ଅନନ୍ୟ ଉତ୍ପାଦ ଚିହ୍ନଟ ସଂଙ୍କେତ ମାଧ୍ୟମରେ ଔଷଧ ପ୍ରାପ୍ତ, ଜେନେରିକ ନାମ, ବ୍ରାଣ୍ଡର ନାମ, ଉତ୍ପାଦକଙ୍କ ନାମ, ଠିକଣା, ବେଚ ନମ୍ବର, ଉତ୍ପାଦକର ନାମ, ଔଷଧର ସମାପ୍ତ ତାରିଖ ଏବଂ ଉତ୍ପାଦକଙ୍କ ଲାଇସେନ୍ସ ସବୁ କିଛି ଜାଣିପାରିବେ ।

୩୦୦ ଔଷଧର ବ୍ରଣ୍ଡରେ ଆଲିଗ୍ରା, ଶେଲକେଲ, ଡୋଲୋ ଏବଂ ମେଫ୍ଟେଲ ଭଳି ଔଷଧର ନାମ ସାମିଲ ଅଛି । ଇଣ୍ଡିଆର ଡ୍ରଗସ କଣ୍ଟ୍ରୋଲ ଜନରଲ ଅଫ ଇଣ୍ଡିଆ ସ୍ପଷ୍ଟ ଭାବେ ଔଷଧ କମ୍ପାନୀଙ୍କୁ କହିଛି ଯେ, ଏହି ବାର କୋଡ ବା କ୍ୟୁ ଆର କୋଡକୁ ଲଗାଇବାରେ ବିଫଳ ହେବା ପରେ ଔଷଧ କମ୍ପାନୀଗୁଡିକୁ ଜୋରିମନା ପାଇଁ ପ୍ରସ୍ତୁତ ରହିବ କାରଣ ଏହାର ଅଭାବରେ ସେମାନଙ୍କୁ ଦଣ୍ଡିତ କରାଯିବ ।

Get real time updates directly on you device, subscribe now.