fbpx

(Video) ସତ ହେଲା ମାଳିକା, ଶେଷ ହେବ କଳିଯୁଗ? ବଡ଼ ଦେଉଳର ୨୨ ପାହାଚରେ ଖେଳୁଛି ଲହଡ଼ି

ପୁରୀ: ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ କଳିଯୁଗ ଶେଷ ବିଷୟରେ ଅନେକ ଘଟଣା ଅଘଟଣା ବିଷୟରେ ବର୍ଣ୍ଣନା କରାଯାଇଛି । ପତିତ ପାବନରେ ନିଆଁ ଲାଗିବା ହେଉ କି ହୀରାକୁଦରେ ଚିତଳ ମାଛର କାହାଣୀ ହେଉ, ଏମିତି ଅନେକ ଘଟଣା କଳିଯୁଗରେ ଘଟିବା ନେଇ ସେ ଲେଖି ଯାଇଛନ୍ତି । ଯାହା ଏବେ ଧିରେ ଧିରେ ସତ ହେଉଥିବା ଦେଖାଯାଉଛି । ମାଳିକାରେ କୁହାଯାଇଥିବା ଅନେକ ଘଟଣା ଏବେ ଘଟିବାରେ ଲାଗିଛି । ତେବେ ମାଳିକାରେ ଲେଖାଯାଇଥିଲା ଯେ, କଳିଯୁଗ ଶେଷ ହେବା ସମୟରେ ଶ୍ରୀମନ୍ଦିରର ୨୨ ପାହାଚରେ ମୀନ ଖେଳିବ । ଯାହା ଆଜି ସତ ହୋଇଥିବା କୁହାଯାଉଛି । ଆଜି ଶ୍ରୀମନ୍ଦିରର ୨୨ ପାହାଚରେ ଲହଡ଼ି ଖେଳୁଛି ପାଣି ।

ଏହି ଘଟଣା କଳିଯୁଗ ଶେଷ ପୂର୍ବରୁ ସଂକେତ ଦେଉଥିବା ଏବେ ଚର୍ଚ୍ଚା ହେବାରେ ଲାଗିଛି । ଲେଖା ରହିଛି ୨୨ ପାହାଚରେ ମୀନ ଯେବେ ଖେଳିବ, ସେବେ କଳିଯୁଗର ଅନ୍ତ ହେବ । ଗତକାଲି ଅପରାହ୍ନରେ ଅଚାନକ ଅନ୍ଧାର ହୋଇଗଲା ପୁରୀ ସହର ଆଉ ଶ୍ରୀମନ୍ଦିର । ପ୍ରବଳ ବର୍ଷା ଯୋଗୁଁ ବଡ଼ ଦେଉଳର ୨୨ ପାହାଚ ମଧ୍ୟ ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି । ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଶବ୍ଦରେ ଥରି ଉଠିଛି ଶ୍ରୀକ୍ଷେତ୍ର ପୁରୀ । କାଳିଆକୁ ଦର୍ଶନ କରିବା ପାଇଁ ଭକ୍ତଙ୍କୁ ଆଣ୍ଠୁଏ ଆଣ୍ଠୁଏ ପାଣିରେ ପଶି ଯିବାକୁ ପଡ଼ିଛି । ହଠାତ୍ କାଲି ଅପରାହ୍ନରେ କଳାମେଘ ଘୋଟି ଆସିବାରୁ ଶ୍ରୀମନ୍ଦିର ଉପରେ ପକ୍ଷୀମାନେ ଉଡ଼ିବାକୁ ଲାଗିଥିଲେ । କିଛି ଭୟଙ୍କର ପରିସ୍ଥିତିର ପୂର୍ବାଭାସ ଯେମିତି ହୋଇସାରିଥିଲା । ଆଉ ତାପରେ ହୋଇଥିଲା ଆକାଶ ଫଟା ବର୍ଷା । ଶ୍ରୀମନ୍ଦିର ଭିତରେ ଗୋଟିଏ ପରେ ଗୋଟିଏ ପାହାଚ ବୁଡ଼ିବାକୁ ଲାଗିଥିଲା । ଦେଖୁ ଦେଖୁ ୨୨ ପାହାଚକୁ ଛୁଇଁ ସାରିଥିଲା ପାଣି ।

ଏ ଦୃଶ୍ୟକୁ ଦେଖିଲେ ମାଳିକା କଥା ମନକୁ ଚାଲିଆସୁଛି । ଶ୍ରୀମନ୍ଦିର ଭିତରେ ବର୍ଷା ପାଣି ଯୋଗୁଁ ସମ୍ପୂର୍ଣ୍ଣ ୨୨ ପାହାଚ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଏହଡ଼ି ଖେଳୁଥିଲା । ଘଣ୍ଟାଏ ବର୍ଷା ହେଲେ ଶ୍ରୀମନ୍ଦିର ଭିତରେ ପ୍ରତିବର୍ଷ ପାଣି ପଶିଯାଉଛି । ଏହାର ଗୋଟିଏ କାରଣ ହୋଇପାରେ ଦୁର୍ବଳ ଡ୍ରେନେଜ ବ୍ୟବସ୍ଥା । ଶ୍ରୀମନ୍ଦିର ଭିତରେ ବର୍ଷା ପାଣିକୁ ବାହାର କରିବା ପାଇଁ ଡ୍ରେନେଜ ବ୍ୟବସ୍ଥା ହୋଇନାହିଁ । ଯେଉଁଥିପାଇଁ ଏମିତି ପ୍ରତିବର୍ଷ ବର୍ଷା ପାଣିରେ ଉବୁଟୁବୁ ହେଉଛି ଶ୍ରୀମନ୍ଦିର ।

Get real time updates directly on you device, subscribe now.