fbpx

ଦଲାଲ ଠାରୁ କେବେ କିଣନ୍ତୁ ନାହିଁ ଟିକେଟ , କ’ଣ ଅସୁବିଧା ଭୋଗିବାକୁ ପଡିପାରେ ଆସନ୍ତୁ ଜାଣିନେବା

ନୂଆଦିଲ୍ଲୀ: ଯଦି ଆପଣ କୌଣସି ଟ୍ରେନରେ ତକ୍ରାଳ ଟିକେଟ କରୁନାହାନ୍ତି କିମ୍ବା ଆପଣଙ୍କର କୌଣସି କୋଟା ନାହିଁ ତେବେ ଆପଣଙ୍କୁ କନଫର୍ମ ଟିକେଟ ପାଇଁ ୨ରୁ ୩ ମାସ ପୂର୍ବରୁ ହିଁ ଟିକେଟ କରିବାକୁ ହୋଇଥାଏ । କିନ୍ତୁ ଦଲାଲଙ୍କ ପାଖରେ ସବୁ ସମୟରେ ଟିକେଟ ମହଜୁଦ ଥାଏ । ଏହା କିପରି ? ଯେଉଁ ଟ୍ରେନରେ ଲମ୍ବା ୱେଟିଂ ଲିଷ୍ଟ ଥାଏ ସେଠି ବି ଦଲାଲ ଆପଣଙ୍କୁ କନଫର୍ମ ଟିକେଟ ଦେଇ ଦେଇଥାନ୍ତି । କିନ୍ତୁ ଏଥିପାଇଁ ସେ ଟିକେଟ ମୂଲ୍ୟର ୩ ଗୁଣ ପର୍ଯ୍ୟନ୍ତ ଅଧିକ ପଇସା ଚାର୍ଜ କରିଥାନ୍ତି ।

କିନ୍ତୁ ମନରେ ପ୍ରଶ୍ନ ଉଠେ ସେମାନେ ଏପରି କିପରି କରିପାରନ୍ତି । ଏହାକୁ ଆମେ ଟ୍ରିକ ବୋଲି କହିଥାଉ । କିନ୍ତୁ ଏହା କୌଣସି ଟ୍ରିକ ନୁହେଁ । ବରଂ ଏହା ବହୁ ସମୟରେ ଟ୍ରେନ ଯାତ୍ରୀଙ୍କ ଲାଗି ମୁଣ୍ଡବିନ୍ଧାର କାରଣ ପାଲଟିଥାଏ । ପ୍ରକୃତରେ ଦଲାଲ ଓ ସେମାନଙ୍କ ଲୋକ ଅଲଗା ଅଲଗା ଟ୍ରେନରେ ଟିକେଟ୍ ବୁକ୍ କରି ରଖିଥାନ୍ତି । ଏହି ଟିକେଟ ୨/୩ ମାସ ପୂର୍ବେ ହିଁ ବୁକ୍ କରାଯାଇଥାଏ । ଏହା କୌଣସି ବି ନାମରେ ବୁକ୍ କରାଯାଏ । ପ୍ରାୟତଃ ଦଲାଲ ୧୫ ବର୍ଷରୁ ଆରମ୍ଭ କରି ୪୫ ବର୍ଷ କିମ୍ବା ଏହାଠାରୁ କିଛି ଅଧିକ ବୟସର ଲୋକଙ୍କ ନାମରେ ଟିକେଟ ବୁକ୍ କରିଥାନ୍ତି । ଏହାର କାରଣ ଏହି ବୟସର ଗ୍ରାହକ ମିଳିଯିବାର ସମ୍ଭାବନା ସବୁଠାରୁ ଅଧିକ ରହିଥାଏ ।

ଯେହେତୁ ଏହି ଟିକେଟ କାହାର ନାମରେ ବି ନିଆଯାଇଥାଏ ତେଣୁ ୧୦୦ ପ୍ରତିଶତ ସମ୍ଭାବନା ରହିଛି ଯେ, ଆପଣଙ୍କୁ ଯେଉଁ ଟିକେଟ ମିଳିଛି ସେଥିରେ ଆଉ କାହାର ନାମ ଓ ବୟସ ଲେଖାଥିବ । ଦଲାଲ ଆପଣଙ୍କୁ ଏହା କହି ଟିକେଟ ବିକ୍ରି କରିଥାଏ ଯେ, ଟିଟିଇ ଆପଣଙ୍କୁ କୌଣସି ଆଇଡି ଇତ୍ୟାଦି ମାଗିବ ନାହିଁ କେବଳ ଲିଷ୍ଟରେ ନାମ ଦେଖି ଆଗକୁ ଚାଲିଯିବ । କିନ୍ତୁ ଏହା ବହୁତ କମ୍ ହୋଇଥାଏ । ଟିଟିଇକୁ ଯଦି ସାମାନ୍ୟ ବି ସନ୍ଦେହ ହେଲା ତେବେ ସେ ତୁରନ୍ତ ଆପଣଙ୍କୁ ଆଇଡି ମାଗିବ । ଯଦି ଆଇଡି ଓ ଆପଣଙ୍କ ଟିକେଟରେ ଥିବା ସୂଚନା ମେଳ ଖାଇବ ନାହିଁ ତେବେ ଜାଣନ୍ତୁ ଆପଣ ବଡ ସଂକଟରେ ଫଶିଯିବେ ।

ଏପରି ସ୍ଥିତିରେ ତ ପ୍ରଥମେ ଆପଣଙ୍କ ସିଟ୍ ଚାଲିଯିବ । ପ୍ରଥମରୁ ଆପଣ ୨ରୁ ୩ ଗୁଣ ପର୍ଯ୍ୟନ୍ତ ଅଧିକ ପଇସା ଦେଇ ଦଲାଲ ଠାରୁ ଟିକେଟ କିଣିଛନ୍ତି ଓ ଏବେ ଟିଟିଇ କୁ ଆପଣ ଫାଇନ ଗଣିବେ । ଏହା ସହିତ ଆପଣଙ୍କୁ ଏବେ ପୁଣି ନୂଆ ଟିକେଟ ୱେଟିଂରେ କରିବାକୁ ହେବ । ମୋଟ ହିସାବ କଲେ ୪୦୦ ଟଙ୍କାର ସ୍ଲିପର ଟିକେଟ ଲାଗି ଏବେ ଆପଣଙ୍କୁ ୨୦୦୦ ଟଙ୍କା ଖର୍ଚ୍ଚ କରିବାକୁ ହେବ । ତେଣୁ ଆପଣ କେବେ ବି ଦଲାଲ ଠାରୁ ଟିକେଟ କିଣନ୍ତୁ ନାହିଁ । କିନ୍ତୁ ଯଦି ଆପଣଙ୍କୁ କେଉଁଠିକୁ ଯିବା ନିହାତି ଜରୁରୀ ତେବେ ଜେନେରାଲ କିମ୍ବା ୱେଟିଂରେ ଟିକେଟ ନେଇ ଯାତ୍ରା କରନ୍ତୁ ।

Get real time updates directly on you device, subscribe now.