fbpx

ଥାନାରେ ହାଜର ହେବେ କଣ୍ଡଶିଳ୍ପୀ ସୌରିନ ଭଟ୍ଟ: ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ

କଟକ: ବଲିଉଡ ତଥା ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ଏବେ ଚର୍ଚ୍ଚା ଜୋର ଧରିଛି । ଗାୟକଙ୍କ ନାମରେ ଏଭଳି ସଙ୍ଗୀନ ଅଭିଯୋଗ ହେବା ପରେ ବର୍ତ୍ତମାନ ସେ ଥାନାକୁ ଯିବେ । ଏହି ମାମଲା ନେଇ ମାନ୍ୟବର ହାଇକୋର୍ଟ ଶୁଣାଣୀ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି କଣ୍ଠଶିଳ୍ପୀ ସୌରିନଙ୍କୁ ଥାନାରେ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ପୋଲିସକୁ ମାମଲାର ତଦନ୍ତରେ ସହଯୋଗ କରିବା ପାଇଁ ସୌରିନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

ତେବେ ଆସନ୍ତା ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ । ସେହିପରି ସମ୍ବିଧାନର ଧାରା ୧୬୪ ଅନୁଯାୟୀ, ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ଅଭିଯୋଗ ପରେ ଗିରଫ ହେବା ଭୟରେ କଣ୍ଠଶିଳ୍ପୀ ସୌରିନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପର ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଶୁଣାଇଛନ୍ତି ।

Get real time updates directly on you device, subscribe now.