fbpx

ଡ୍ରାଗନକୁ କଡା ଟକ୍କର ଦେବ ଇଣ୍ଡିଆନ ଆର୍ମି: ଭାରତ ଦ୍ୱାରା ପ୍ରସ୍ତୁତ “ସ୍ୱାତୀ” ବଢାଇବ ସେନାର ଶକ୍ତି

ନୂଆଦିଲ୍ଲୀ: ଚୀନ ସହିତ ଭାରତର ସୀମା ବିବାଦ ମଧ୍ୟରେ ଇଣ୍ଡିଆନ ଆର୍ମି ନେଇଛି ଏକ ବଡ ନିଷ୍ପତ୍ତି । ଉତ୍ତର ସୀମାରେ ନିଜ ସାମର୍ଥ୍ୟ ବଢାଇବା ପାଇଁ ଅଧିକ ଅସ୍ତ୍ର ଚିହ୍ନଟ କରିପାରୁଥିବା ରାଡର କିଣିବାକୁ ଯାଉଛି ଭାରତୀୟ ସେନା । ଚୀନର ପିପୁଲ୍ସ ଲିବରେସନ ଆର୍ମି ଗତ ୨ ବର୍ଷରୁ ସୀମା ଉପରେ ନଜର ରଖିଛି । ତେଣୁ ହତିଆର ଖୋଜିବା ପାଇଁ ଏକ ୧୨ ମେଡ ଇନ ଇଣ୍ଡିଆ ‘ସ୍ୱାତୀ’ କିଣିବା ପାଇଁ ରକ୍ଷା ମନ୍ତ୍ରାଳୟକୁ ପ୍ରସ୍ତାବ ଦେଇଛି ଭାରତୀୟ ସେନା ।

ସ୍ୱାତୀ ଦ୍ୱାରା ସୀମାରେ ଆହୁରି ଶକ୍ତିଶାଳୀ ହେବ ଆର୍ମି । ଏହାର ୫୦ କିଲୋମିଟର ଭିତରେ ଆସୁଥିବା ହତିଆରକୁ ଟ୍ରାକ କରିପାରିବ । ପ୍ରାୟ ୧ ହଜାର କୋଟି ଟଙ୍କାର ଏକ ପ୍ରସ୍ତାବ ଆରମ୍ଭ କରିଥିବା ବେଳେ ଏହାକୁ ଏକ ଉଚ୍ଚସ୍ତରୀୟ ବୈଠକରେ ବିଚାର କରିବା ପାଇଁ ଯୋଜନା ରଖିଛି ଭାରତୀୟ ସେନା । ଏହା ଡିଆରଡିଏ ଏବଂ ଭାରତୀୟ ଇଲେକ୍ଟ୍ରୋନିକ୍ସ ଦ୍ୱାରା ସ୍ୱତନ୍ତ୍ର ରୂପରେ ପ୍ରସ୍ତୁତ ଏହି ସ୍ୱାତୀକୁ ଗଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ କରାଯାଇଥିଲା ।

Get real time updates directly on you device, subscribe now.