fbpx

ଖୁସିଖବର: IT ରିଟର୍ଣ୍ଣ ସୁଧାରିବାକୁ ୨ ବର୍ଷ ସମୟ, ଆୟକର ସୀମା ଅପରିବର୍ତ୍ତିତ

Advertisement

ନୂଆଦିଲ୍ଲୀ: କେନ୍ଦ୍ର ବଜେଟରେ ଅନେକ ଦିଗକୁ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାଧାରଣ ବଜେଟ୍ ରେ ଡିଜିଟାଲ କରେନ୍ସି, ଆଇଟି ରିଟର୍ଣ୍ଣ ଓ ସୁଧକୁ ନେଇ ବଡ଼ ଘୋଷଣା କରିଛନ୍ତି । ବଜେଟରେ ଟିକସ ବ୍ୟବସ୍ଥା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ସୁଧାରି ପାରିବେ । ଅଦାଲତି ଝମେଲାରୁ ବର୍ତ୍ତିବା ପାଇଁ ପୁଣି ଥରେ ଘୋଷଣା କରିପାରିବେ । ଯଦି ଟିକସଦାତା ଆୟ ଦର୍ଶାଇବାରେ ତ୍ରୁଟି କରିଥିବେ, ତେବେ ସୁଧାରି ପାରିବେ । ୨ ବର୍ଷ ମଧ୍ୟରେ ସାନି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ଟିକସଦାତା । ଏନପିଏସ ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ଠାରୁ କଟିବ ୧୪% । ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ଠାରୁ ୧୪%, ରାଜ୍ୟ କର୍ମଚାରୀଙ୍କ ପାଇଁ ୧୦% କଟୁଥିଲା । କୋ-ଅପରେଟିଭ ସୋସାଇଟି ଟ୍ୟାକ୍ସ ୧୮%ରୁ କମି ୧୫% ହୋଇଛି । ଦିବ୍ୟାଙ୍ଗମାନଙ୍କୁ ଟିକସରେ ଦିଆଯିବ ରିହାତି ।

କର୍ପୋରେଟ ସରଚାର୍ଜ ୧୨%ରୁ ହ୍ରାସ ପାଇ ୭% ହୋଇଛି । ଜାନୁଆରୀ ୨୦୨୨ ସୁଦ୍ଧା ରେକର୍ଡ ୧.୫୯ ଲକ୍ଷ କୋଟି ଜିଏସଟି ସଂଗ୍ରହ କରିବାର ଲକ୍ଷ୍ୟ ରହିଛି । କ୍ରିପ୍ଟୋ କରେନ୍ସିକୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା ହୋଇଛି । କ୍ରିପ୍ଟୋ କରେନ୍ସି ଉପରେ ଲାଗିବ ୩୦ ପ୍ରତିଶତ ଟ୍ୟାକ୍ସ । ଡିଜିଟାଲ କରେନ୍ସି ଆୟ ଉପରେ ଲାଗିବ ୩୦% ଟିକସ । ଭର୍ଚୁଆଲ ଡିଜିଟାଲ ଆସେଟ୍ସରେ ୩୦% ଟିକସ ।

ଏହା ସହିତ ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ଉପରେ ୫% ହ୍ରାସ ନେଇ ଘୋଷଣା ହୋଇଛି । ଆୟକର ସୀମା ଅପରିବର୍ତ୍ତିତ ରଖିଛନ୍ତି କେନ୍ଦ୍ର ସରକାର । ଆୟକର ସୀମା ସମ୍ପର୍କରେ ବଜେଟରେ କିଛି କହିନାହାନ୍ତି ଅର୍ଥମନ୍ତ୍ରୀ ।

ଲଞ୍ଚ ହେବ ଡିଜିଟାଲ କରେନ୍ସି । ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଲଞ୍ଚ ହେବ ଡିଜିଟାଲ କରେନ୍ସି । ବ୍ଲକ ଚେନ୍ ଟେକ୍ନୋଲୋଜି ଆଧାରରେ ଡିଜିଟାଲ କରେନ୍ସି । ଏହା ସହ ରାଜ୍ୟଗୁଡ଼ିକୁ ଦିଆଯିବ ୧ ଲକ୍ଷ କୋଟିର ସୁଧମୁକ୍ତ ଋଣ । ରାଜ୍ୟଗୁଡ଼ିକୁ ସାହାଯ୍ୟ କରିବା ପାଇଁ ଏହା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ l ୧ ଲକ୍ଷ କୋଟି ଟଙ୍କା ଦିଆଯିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି।

Get real time updates directly on you device, subscribe now.