fbpx

ବାରବାଟୀରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ

କଟକ,୨୧ ।୧୨(ଓଡିଶା ଭାସ୍କର): ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି ଭାରତୀୟ ଖେଳାଳି । କାଲିର ମ୍ୟାଚ୍ ପାଇଁ ଭୁବନେଶ୍ୱର ମେ ଫେୟାରରେ ରହୁଥିବା ଭାରତୀୟ ଖେଳାଳି କଟକରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି । ବାରବାଟୀ ପିଚ୍ ପରଖିଛନ୍ତି ଭାରତୀୟ କୋଚ୍ ରବିଶାସ୍ତ୍ରୀ । ରବିଶାସ୍ତ୍ରୀଙ୍କ ସହ ଅଛନ୍ତି ଓସିଏ କ୍ୟୁରେଟର ପଙ୍କଜ ପଟ୍ଟନାୟକ । ଏହା ପରେ ଅପରାହ୍ନ ୨ଟାରେ ୱେଷ୍ଟଇଣ୍ଡିଜ ଖେଳାଳି ଅଭ୍ୟାସ କରିବେ । ଭାରତୀୟ ଖେଳାଳିଙ୍କ ଏହି ଅଭ୍ୟାସ ମ୍ୟାଚ୍ ଦେଖିବା ପାଇଁ ଗ୍ୟାଲେରୀରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

ତେବେ ଆସନ୍ତାକାଲି ବାରବାଟିରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ । ତିନି ମ୍ୟାଚର ଶୃଙ୍ଖଳା ଏବେ ୧-୧ରେ ଥିବାରୁ ନିର୍ଣ୍ଣାୟକ ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି ।

Get real time updates directly on you device, subscribe now.