fbpx
BJD
BJD SKY
BJD SKY

IBSA Games: ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆକୁ ହରାଇ ଭାରତ ଜିତିଲା ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ନିକଟରେ ଚନ୍ଦ୍ରଯାନ-୩ ସଫଳତା ପରେ ମହାକାଶରେ ଭାରତ ଇତିହାସ ରଚିଥିବା ବେଳେ ଏବେ ଖେଳରେ ମଧ୍ୟ ଇତିହାସ ରଚିଛି । ଗୋଟିଏ ପଟେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଦେଶରେ ପ୍ରସ୍ତୁତି ଚାଲିଥିବା ବେଳେ ଏହା ମଧ୍ୟ ଭାରତୀୟ ମହିଳା ଟି-୨୦ ଟିମ୍ ଏକ ବଡ଼ ସଫଳତା ହାସଲ କରିଛି । ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରୀଡ଼ା ଫେଡେରେସନ (ଇବସା)ରେ ଫାଇନାଲରେ ଭାରତ ବିଜୟ ହାସଲ କରି ସ୍ୱର୍ଣ୍ଣପଦକ ହାସଲ କରିଛି ।

ବିଶ୍ୱ ଦୃଷ୍ଟିହୀନ କ୍ରୀଡ଼ାରେ ପ୍ରଥମ ଥର ଟି-୨୦ କ୍ରିକେଟକୁ ସାମିଲ କରାଯାଇଥିଲା । ତେବେ ଖୁସିର କଥା ହେଉଛି ଭାରତର ମହିଳା ଓ ପୁରୁଷ ଦୁଇଟି ଯାକ ଟିମ୍ ଫାଇନାଲରେ ପହଞ୍ଚିଥିଲେ । ମହିଳା ଟିମ୍ ଏବେ ଫାଇନାଲରେ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ଟିମ ଫାଇନାଲରେ ପାକିସ୍ତାନକୁ ଭେଟିବ । ଭାରତ ଫାଇନାଲରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ହରାଇ ନିଜ ନାମରେ ସ୍ୱର୍ଣ୍ଣ କରିଥିଲା । ଏହି ବିଜୟ ଫଳରେ ଭାରତ ଇବସା ଗେମ୍ସର କ୍ରିକେଟରେ ପ୍ରଥମ ଚାମ୍ପିୟନ ହେବାର ଗୌରବ ଲାଭ କରିଛି ।

ଇବସା ଗେମ୍ସରେ ପ୍ରଥମ ଥର ପାଇଁ କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଭାରତ ଏଥିରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୯ ଓଭରରେ ୮ ୱିକେଟ ହରାଇ ୧୧୪ ରନ୍ ସଂଗ୍ରହ କରିଥିଳା । ଏହାପରେ ଜବାବରେ ଭାରତ ୩.୩ ଓଭରରେ ୧ ୱିକେଟ ହରାଇ ୪୩ ରନ୍ ସଂଗ୍ରହ କରିଥିଲା । ଏହା ପରେ ବର୍ଷା ହେବାରୁ ଖେଳକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା । ତେବେ ଭଲ ରନରେଟ୍ କାରଣରୁ ଭାରତକୁ ବିଜେତା ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.