fbpx

ଝଲସୁଛି ଭାରତୀୟ ସଂସ୍କୃତି, ଭାରତର ସ୍ୱାଧୀନତା ଦିବସରେ ସାମିଲ ହେଲା ଗୁଗୁଲ, ଜାଣନ୍ତୁ ଗୁଗୁଲର କ’ଣ ରହିଛି ଥିମ୍‌

ଓଡିଶା ଭାସ୍କର: ଭାରତ ତାହାର ୭୮ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ସ୍ୱାଧୀନତା ଦିବସରେ ସାମିଲ ହୋଇଛି ଗୁଗୁଲ । ନିଜର ଡୁଡୁଲ ଥିମ ମାଧ୍ୟମରେ ଗୁଗୁଲ ଏହାକୁ ପାଳନ କରୁଛି । କହିରଖୁ, ଗୁଗୁଲ ପ୍ରତିବର୍ଷ ଡୁଡୁଲ ମାଧ୍ୟମରେ ଭାରତର ସ୍ୱାଧୀନତା ଦିବସକୁ ପାଳନ କରିଥାଏ ।

ଚଳିତବର୍ଷ ମଧ୍ୟ ଗୁଗୁଲର ଡୁଡଲ ବୀରେନ୍ଦ୍ର ଜାୱେରୀ ତିଆରି କରିଛନ୍ତି । କହିରଖୁ, ବୀରେନ୍ଦ୍ର ହେଉଛନ୍ତି ଫ୍ରିଲାନ୍ସ ଆର୍ଟ ଡାଇରେକ୍ଟର, ଇଲଷ୍ଟ୍ରେଟର ତଥା ଏମିମେଟର । ୨୦୨୪ ବର୍ଷ ପାଇଁ ଗୁଗୁଲର ଥିମ ଆର୍କିଟେକ୍‌ଚର ରଖାଯାଇଛି । ଏଥିରେ ଦେଶର ଅଲଗା ଅଲଗା ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳୁଛି । ଭିନ୍ନତାରେ ଏକତାର ମହାମନ୍ତ୍ରକୁ ଉଦଭାସିତ କରିଛି ଗୁଗୁଲ । ଭାରତୀୟ ସଂସ୍କୃତିକୁ ବିଶ୍ୱସ୍ତରରେ ପହଞ୍ଚାଇବାର ସୁନ୍ଦର ପ୍ରୟାସରେ ସେ ବ୍ରତୀ ହୋଇଛି ।

ଗୁଗୁଲ ଦୀର୍ଘ ଦିନରୁ ଭାରତର ସ୍ୱାଧୀନତା ଦିବସ ଅବସରରେ ଏହି କାର୍ଯ୍ୟ କରି ଆସୁଛି । ଯାହାଦ୍ୱାରା ଭାରତୀୟ ସଂସ୍କୃତି ଓ ପରମ୍ପରାର ବିକାଶ ହୋଇଥାଏ ବିକଶିତ ହେଉଥିବା ଭାରତରେ ।

Get real time updates directly on you device, subscribe now.