fbpx

ପାକିସ୍ତାନ ଜେଲରେ ପୁଣି ଜଣେ ଭାରତୀୟଙ୍କ ମୃତ୍ୟୁ: ସଜ୍ଜା ସରିବା ପରେ ମଧ୍ୟ ୪୦୦ ଭାରତୀୟଙ୍କୁ ମୁକ୍ତ କରାଯାଉନି

ନୂଆଦିଲ୍ଲୀ: ପୁଣି ପାକିସ୍ତାନରୁ ଆସିଛି ଏକ ଦୁଃଖ ଖବର । ପାକିସ୍ତାନରେ ପୁଣି ଜଣେ ଭାରତୀୟଙ୍କ ମୃତ୍ୟ ଘଟିଛି । ଏହାପୂର୍ବରୁ ଗତ ମାସକ ମଧ୍ୟରେ ୩ ଜଣ ଭାରତୀୟ ପ୍ରାଣ ହରାଇଥିଲେ । ଗତ ମାସ ୪ ତାରିଖରେ ବିଚନ କୁମାର ଓରଫ ବିପନ କୁମାର, ଚଳିତ ମାସ ୬ ତାରିଖରେ ଜୁଲଫିକର ଓ ୮ ତାରିଖରେ ସୋମା ଦେବ ପ୍ରାଣ ହରାଇଥିଲେ । ଏଥିସହିତ ଅନ୍ୟ ୩ ମତ୍ସ୍ୟଜୀବୀଙ୍କ ଅବସ୍ଥା ଗମ୍ଭୀର ରହିଥିବା ସୂତ୍ରରୁ ଜଣାପଡ଼ିଛି ।

ତେବେ ସଜ୍ଜା ସରିବା ପରେ ମଧ୍ୟ ବହୁ କଏଦୀଙ୍କୁ ଜେଲରେ ରଖାଯାଉଥିବା ଅଭିଯୋଗ ହୋଇଛି । ଏପରି ଭାବେ ୪୦୦ରୁ ଅଧିକ ଭାରତୀୟ ପାକିସ୍ତାନରେ ବନ୍ଦୀ ଜୀବନ ବିତାଉଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟୁଥିବା ମତ୍ସ୍ୟଜୀବୀଙ୍କ ପରିବାରବର୍ଗ ଏବେ ହତାଶ ହୋଇ ପଡ଼ିଛନ୍ତି । ନିଜର ପ୍ରିୟଜନଙ୍କ ସହିତ ପରିବାର ସଦସ୍ୟ କୌଣସି ପ୍ରକାରର ଯୋଗାଯୋଗ କରିପାରୁ ନାହାନ୍ତି ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ଜେଲରେ ବନ୍ଦୀ ଭାବେ ରହି ଏକାଧିକ ଭାରତୀୟ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ସରବଜିତଙ୍କ କାହାଣୀ ଶୁଣିଲେ ଆଜି ବି ଆଖିରୁ ଲୁହ ଝରିଯାଏ । ଦୀର୍ଘ ୨୨ ବର୍ଷ ଧରି ସରବଜିତ ପାକିସ୍ତାନ ଜେଲରେ ରହିବା ପରେ ଶେଷରେ ଜଣେ ଜେଲ ଅନ୍ତେବାସୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ । ସରବଜିତଙ୍କ ମୁକ୍ତି ନେଇ ବର୍ଷ ବର୍ଷ ଧରି ତାଙ୍କର ଭଉଣୀ ସଂଘର୍ଷ କରିଥିଲେ ହେଁ ତାହା ନିଷ୍ଫଳ ହୋଇଥିଲା । ସରବଜିତଙ୍କ ଦୁଃଖଦ କାହାଣୀକୁ ନେଇ ବଲିଉଡରେ ନିର୍ମିତ ହୋଇଥିବା ଫିଲ୍ମରେ ‘ରଣଦୀପ ହୁଦା’ ସରବଜିତ ଭୂମିକାରେ ଆସିଥିଲେ ।

Get real time updates directly on you device, subscribe now.