fbpx

ମିସ୍ କଲ୍‌ରେ ବୁକ୍ ହେବ ଏଲ୍‌ପିଜି ସିଲଣ୍ଡର, ଜାଣନ୍ତୁ ନମ୍ବର

ନୂଆଦିଲ୍ଲୀ: ରୋଷେଇ ଗ୍ୟାସ୍‌ ବୁକ୍ କରିବା ଏବେ ଆହୁରି ସହଜ ହେବ । କେବଳ ଗୋଟିଏ କଲ୍‌ରେ କରିପାରିବେ ଗ୍ୟାସ୍‌ ବୁକିଂ । ପୂର୍ବରୁ ଗ୍ରାହକଙ୍କୁ କଷ୍ଟମର କେୟାର ଦ୍ୱାରା ଗ୍ୟାସ୍‌ ବୁକିଂ କରିବାକୁ ପଡ଼ୁଥିଲା ଫଳରେ ଅନେକ ସମୟ ଧରି ଗ୍ରାହକଙ୍କ କଲ୍ ହୋଲ୍ଡ କରିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ଏମିତି କରିବାର ଆବଶ୍ୟକ ନାହିଁ । କେବଳ ଗୋଟିଏ  ମିସ୍ କଲ୍ ଦ୍ୱାରା ଗ୍ୟାସ୍‌ ଆପଣଙ୍କ ଘରେ ପହଞ୍ଚିଯିବ ।

ବର୍ତ୍ତମାନ ଏହି ସୁବିଧା ଇଣ୍ଡିଆନ୍ ଅଏଲ୍ କର୍ପୋରେସନ(ଆଇଓସି) ଏହାର ଇଣ୍ଡେନ ଗ୍ୟାସ୍‌ ଗ୍ରାହକମାନଙ୍କୁ ଏହି ସେବା ଯୋଗାଉଛି । ମିସ୍ କଲ ମାଧ୍ୟମରେ ଏଲପିଜି ବୁକିଂ କରିବାର ସୁବିଧା ଆଇଓସି ଦ୍ୱାରା ଚଳିତ ବର୍ଷ ଫେବୃଆରୀରେ ଆରମ୍ଭ ହୋଇଥିଲା ।

ସେଭ୍ କରିନିଅନ୍ତୁ ଏହି ନମ୍ବର:

ଆଇଓସି ଏହାର ଏଲ୍‌ପିଜି ଗ୍ରାହକଙ୍କୁ ଏଥିପାଇଁ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛି। ଏହି ଟ୍ୱିଟ୍‌ରେ ମିସ୍ କଲ୍ ପାଇଁ ନମ୍ବର ମଧ୍ୟ ଉଲ୍ଲେଖ କରିଛି, ଯାହା ହେଉଛି ୮୪୫୪୯୫୫୫୫୫  । ଆପଣଙ୍କୁ ଆପଣଙ୍କର ପଞ୍ଜୀକୃତ ମୋବାଇଲରୁ ମିସ୍ କଲ କରିବାକୁ ପଡ଼ିବ । ଆଇଓସି ଏହାର ଟ୍ୱିଟ୍‌ରେ ଏହା ମଧ୍ୟ କହିଛି ବର୍ତ୍ତମାନ ଓଡ଼ିଶା ଏବଂ କୋଟା ଗ୍ରାହକମାନେ ମଧ୍ୟ ଏହି ନମ୍ବରରେ ମିସ୍ କଲ୍ ଦେଇ ନୂଆ ଗ୍ୟାସ ସଂଯୋଗ ପାଇପାରିବେ।

 

ମିସ୍ କଲ ବ୍ୟତୀତ ଅନ୍ୟ ଉପାୟରେ ମଧ୍ୟ କରିପାରିବେ ଗ୍ୟାସ୍ ବୁକିଂ । IOC, HPCL ଏବଂ BPCL ଗ୍ରାହକ ଏସଏମଏସ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ବୁକ୍ କରିପାରିବେ ।

IOC ଗ୍ରାହକମାନେ ମେସେଜ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ଏହିପରି ଭାବରେ କରିପାରିବେ ଗ୍ୟାସ୍ ବୁକ୍:

ଯଦି ଆପଣ ଜଣେ ଇଣ୍ଡେନ୍ ଗ୍ରାହକ, ତେବେ ଆପଣ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୭୭୧୮୯୫୫୫୫୫ କୁ କଲ୍ କରି ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ । ଅନ୍ୟ ଏକ ଉପାୟ ହେଉଛି ହ୍ୱାଟ୍ସଆପ୍, ଆପଣ REFILL ଲେଖି ୭୫୮୮୮୮୮୮୨୪ ରେ ହ୍ୱାଟ୍ସଆପ୍ କରିପାରିବେ।

HP ଗ୍ରାହକ ମେସେଜ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ଏହିପରି ଭାବରେ କରିପାରିବେ ଗ୍ୟାସ୍ ବୁକ୍:

HP ଗ୍ରାହକମାନେ ୯୨୨୨୨୦୧୧୨୨ କୁ ହ୍ୱାଟ୍ସଆପ୍ କରି ସିଲିଣ୍ଡର ବୁକ୍ କରିପାରିବେ  । କିମ୍ବା ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ BOOK ଟାଇପ୍ କରି ୯୨୨୨୨୦୧୧୨୨ ନମ୍ବରକୁ ପଠାଇବାକୁ ପଡିବ  । ଏହି ନମ୍ବରରେ ସବସିଡି ସମ୍ବନ୍ଧୀୟ ସୂଚନା ମଧ୍ୟ ଆପଣ ପାଇପାରିବେ  ।

ଭାରତ ଗ୍ୟାସ୍ ଗ୍ରାହକମାନେ ଏହିପରି ଗ୍ୟାସ୍ ବୁକ୍ କରିପାରିବେ:

ଭାରତ ଗ୍ୟାସ ଗ୍ରାହକଙ୍କୁ ପଞ୍ଜୀକୃତ ମୋବାଇଲରୁ 1 କିମ୍ବା BOOK ଲେଖି ୧୮୦୦୨୨୪୩୪୪ କୁ ପଠାଇବାକୁ ପଡିବ  । ଏହାପରେ ଆପଣଙ୍କ ଏଜେନ୍ସି ଆପଣଙ୍କ ଅନୁରୋଧକୁ ଗ୍ରହଣ କରିବ ଏବଂ ଆପଣଙ୍କ ହ୍ୱାଟ୍ସଆପ୍ କୁ ମେସେଜ ମଧ୍ୟ ଆସିବ ।

Get real time updates directly on you device, subscribe now.