fbpx

ଅନ୍ଧାର ହେଲେହିଁ ମଶା କାମୁଡ଼େ, କ’ଣ ରହସ୍ୟ ? ପଢ଼ନ୍ତୁ

ନୂଆଦିଲ୍ଲୀ: ମଶା କାମୁଡ଼ିବା ସମସ୍ତଙ୍କୁ ଅସୁବିଧାରେ ପକାଇଥାଏ। ମୁଖ୍ୟତଃ ରାତିରେ ଶୋଇବା ସମୟରେ ଯଦି ମଶା ହଇରାଣ କରନ୍ତି ତା’ହେଲେ ତ ଆହୁରି ଅସୁବିଧା । ବେଳେବଳେ ମଶା ମାରିବାକୁ ଯାଇ ନିଜ ଉପରେ ମଧ୍ୟ ଚାପୁଡ଼ା ପଡ଼ିଯାଏ । ତେଣୁ ମଶାଙ୍କୁ ଏଡାଇବା ପାଇଁ ପ୍ରତ୍ୟେକ ଘରେ ବିଭିନ୍ନ ପଦ୍ଧତି ଗ୍ରହଣ କରିଥାନ୍ତି । ତଥାପି କମିନଥାଏ ମଶାଙ୍କ ଉତ୍ପାତ । ବୋଧ ହୁଏ ଏମିତି କୌଣସି ଘର ଥିବ ଯେଉଁଠି ମଶାଙ୍କୁ ଏଡ଼ାଇବା ପାଇଁ ରାତିରେ ମଶା ଧୂପ, ଲିକ୍ୱିଡ ବ୍ୟବହାର ହେଉନଥିବ । ଏହା ପରେ ମଧ୍ୟ ଏହି ମଶାମାନଙ୍କ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ । ରାତି ସାରା ସେମାନେ ମଣିଷ ଶରୀରରୁ ରକ୍ତ ଶୋଷିଥାନ୍ତି ।

ତେବେ କେବେ ଚିନ୍ତା କରିଛନ୍ତି କି ରାତିର ଅନ୍ଧାର ମଧ୍ୟରେ ମଶାମାନେ ଆମ ନିକଟରେ କିପରି ପହଞ୍ଚନ୍ତି? ଯେତେ ଅନ୍ଧାର ହେଲେବି ସେମାନଙ୍କୁ କିପରି ଦେଖାଯାଏ? ଆଉ ମଶା ଆମର ରକ୍ତ ଶୋଷିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ ।

ମଶା କାମୁଡ଼ନ୍ତି କାହିଁକି?

ପ୍ରକୃତରେ ମଶା ଆମକୁ କାମୁଡ଼ି ନଥାନ୍ତି ବରଂ ଆମ ରକ୍ତକୁ ଶୋଷିଥାନ୍ତି । ଏହା ମଧ୍ୟ ଆଶ୍ଚର୍ଯ୍ୟର କଥା ସବୁ ମଶା କାମୁଡ଼ନ୍ତି ନାହିଁ କେବଳ ମାଈ ମଶା କାମୁଡ଼ିଥାନ୍ତି । ଏହାଦ୍ୱାରା ମାଈ ମସା ଅଣ୍ଡାକୁ ବିକଶିତ କରନ୍ତି ଏବଂ ପୋଷଣ କରନ୍ତି । ବାସ୍ତବରେ ଅଣ୍ଡା ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ମଣିଷ ରକ୍ତରେ ରହିଛି । ସେଥିପାଇଁ ସେ ତାଙ୍କ ଶୁଣ୍ଢ ପରି ଏକ ଟ୍ୟୁବ୍ କୁ ମଣିଷ ଶରୀରରେ ଫୋଡ଼ି ରକ୍ତକୁ ଶୋଷିଥାନ୍ତି ।

ମଶାଙ୍କୁ ଅନ୍ଧାରରେ ଦେଖାଯାଏ କିପରି ?

ଏହା ପଛର କାରଣ ହେଉଛି ଆମର ନିଶ୍ୱାସ  । ପ୍ରକୃତରେ ଯେତେବେଳେ ମଣିଷ ନିଶ୍ୱାସ ଛାଡ଼ିଥାଏ ସେତେବେଳେ ଶରୀରରୁ କାର୍ବନ ଡାଇଅକସାଇଡ ବାହରକୁ ବାହାରିଥାଏ । ଆଉ ଏହି ଗନ୍ଧହିଁ ମଶାଙ୍କୁ ଆକର୍ଷିତ କରେ । ମାଈ ମଶାଙ୍କର ‘ସେନ୍ସିଙ୍ଗ ଅଙ୍ଗ’ ବହୁତ ଭଲ । ଏହାଦ୍ୱାରା କୌଣସି ମାଈ ମଶା କାର୍ବନ ଡାଇଅକ୍ସାଇଡ ଗନ୍ଧକୁ ୩୦ ଫୁଟ ଦୂରରୁ ମଧ୍ୟ ଶୁଙ୍ଘିପାରେ । ଏହି ଗ୍ୟାସ ସାହାଯ୍ୟରେ ସେମାନେ ରାତିରେ ଅନ୍ଧାରରେ ମଧ୍ୟ ଆମ ପାଖରେ ପହଞ୍ଚିଥାନ୍ତି ଏବଂ ଶରୀରରୁ ରକ୍ତ ଶୋଷିଥାନ୍ତି । କାର୍ବନ ଡାଇଅକ୍ସାଇଡ ଛଡ଼ା ମଶା ଶରୀରର ତାପମାତ୍ରା, ଗନ୍ଧ, ଝାଳ ଭଳି ଅନ୍ୟ ସଙ୍କେତ ଦ୍ୱାରା ମଧ୍ୟ ଆକର୍ଷିତ ହୋଇଥାନ୍ତି ।

Get real time updates directly on you device, subscribe now.