fbpx

ନରୱେ ଚେସ୍ ୨୦୨୪: ଇତିହାସ ରଚିଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନାନନ୍ଦ, କ୍ଲାସିକାଲ ଗେମରେ ବିଶ୍ୱ ଚାମ୍ପିୟନ କାର୍ଲସେନଙ୍କୁ ପରାସ୍ତ କଲେ

Advertisement

ନୂଆଦିଲ୍ଲୀ: ନରୱେ ଚେସ ୨୦୨୪ରେ ଇତିହାସ ରଚିଛନ୍ତି ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନାନନ୍ଦ । କ୍ଲାସିକାଲ ଗେମରେ ବିଶ୍ୱ ଚାମ୍ପିୟନ ମାଗ୍ନସ କାର୍ଲସେନଙ୍କୁ ପରାସ୍ତ କରିଛନ୍ତି ପ୍ରଜ୍ଞାନାନନ୍ଦ । ପ୍ରଥମ ଥର ପାଇଁ ବିଶ୍ୱର ଏକ ନମ୍ବର ଚେସ୍ ତାରକା କାର୍ଲସେନଙ୍କୁ କ୍ଲାସିକାଲ ଗେମରେ ଭାରତୀୟ ଗ୍ରାଣ୍ଡମାଷ୍ଟର ପରାସ୍ତ କରିଛନ୍ତି । ନିଜ ଦେଶରେ କାର୍ଲସେନଙ୍କୁ ଏକ ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ମାତ୍ ଦେବା ପ୍ରଜ୍ଞାନାନନ୍ଦଙ୍କ ପାଇଁ ବେଶ୍ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ଗତବର୍ଷର ବିଶ୍ୱକପର ଉପବିଜେତା ସମସ୍ତ ବାଧାକୁ ଅତିକ୍ରମ କରି ଶେଷରେ କାର୍ଲସେନଙ୍କୁ ପରାସ୍ତ କରିବାକୁ ସକ୍ଷମ ହୋଇଥିଲେ ।

ପ୍ରଜ୍ଞାନାନନ୍ଦ ପ୍ରଥମ ଥର କ୍ଲାସିକାଲ ଗେମରେ ବିଶ୍ୱ ଚାମ୍ପିୟନ ମାଗ୍ନସ କାର୍ଲସେନଙ୍କୁ ପରାସ୍ତ କରି ଚେସ ଦୁନିଆରେ ଇତିହାସ ରଚିଛନ୍ତି । ଏହି ୧୮ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର ପୂର୍ବରୁ ରାପିଡ ଓ ପ୍ରଦର୍ଶନୀ ଗେମରେ ମଧ୍ୟ ଅନେକ ଥର କାର୍ଲସେନଙ୍କୁ ମାତ୍ ଦେଇଥିଲେ । ମାତ୍ର କ୍ଲାସିକାଲ ଗେମରେ ଏହା ପ୍ରଜ୍ଞାନାନନ୍ଦଙ୍କର ପ୍ରଥମ ବିଜୟ । ୩ ରାଉଣ୍ଡ ପରେ ପ୍ରଜ୍ଞାନାନନ୍ଦ ୫.୫ ଅଙ୍କ ସହିତ ଟୁର୍ଣ୍ଣାମେଣ୍ଟର ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛନ୍ତି । ପ୍ରଜ୍ଞାନାନନ୍ଦ ଧଳା ଗୋଟିରେ ଖେଳି କାର୍ଲସେନଙ୍କୁ ମାତ୍ ଦେଇଥିଲେ । ଏହାପରେ କାର୍ଲସେନ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଖସିଆସିଥିଲେ । କ୍ଲାସିକାଲ ଚେସକୁ ସାଧାରଣ ଭାବେ ଧିମା ଚେସ କୁହାଯାଉଥିବା ବେଳେ ସେଥିରେ ଖେଳାଳିଙ୍କୁ ନିଜର ଚାଲ ଚଳାଇବା ପାଇଁ ବହୁତ ସମୟ ଦିଆଯାଇଥାଏ । ସାଧାରଣ ଭାବେ ଅତିକମରେ ୧ ଘଣ୍ଟା ସମୟ ଦିଆଯାଇଥାଏ । ପ୍ରଜ୍ଞାନାନନ୍ଦଙ୍କ ଏହି ବିଜୟ ପରେ ସାରା ଦେଶରେ ଖୁସିର ଉତ୍ସାହ ଭରିଦେବା ସହିତ ଗର୍ବ ଆଣିଦେଇଛି ।

Get real time updates directly on you device, subscribe now.