fbpx

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୨୩ ର ବସନ୍ତ ପଞ୍ଚମୀରୁ ବଦଳିଯିବ ‘ଭାରତର ଇତିହାସ’

AAKASH

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତକୁ ‘ଗଣତନ୍ତ୍ରର ବଂଶଧର ‘ବୋଲି ବର୍ଣ୍ଣନା କରି ମଙ୍ଗଳବାର ଦିନ କହିଛନ୍ତି ଯେ, ଗଣତନ୍ତ୍ର ଦେଶର ‘ଡିଏନଏ’ରେ ଗଭୀର ଭାବେ ଜଡ଼ିତ ହୋଇଛି । ଏକ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଭାରତର ଗୌରବମୟ ଇତିହାସ ଏବଂ ଶିକ୍ଷା ହେଉଛି ଏହାର ସବୁଠାରୁ ବଡ଼ ସମ୍ପତ୍ତି । ଆମକୁ ମନେ ରଖିବା ଉଚିତ ଯେ ଆମର ଦାୟିତ୍ୱ କେବଳ ଦେଶର ଗୌରବକୁ ରକ୍ଷା କରିବା ନୁହେଁ ବରଂ ଏହାର ମୂଲ୍ୟବୋଧ ସହିତ ବିଶ୍ୱକୁ ପ୍ରେରଣା ଦେବା । ଏନଇପି ୨୦୨୦ ଅଧୀନରେ ଭାରତୀୟ ଇତିହାସର ସିଲାବସରେ ପରିବର୍ତ୍ତନ କରାଯିବ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଭାରତ ଏକ ବିଶ୍ୱସ୍ତରୀୟ ନେତା ଏବଂ ଏହା ମଧ୍ୟ ୫୦୦ କୋଟି ବିଶ୍ୱ ନାଗରିକଙ୍କ କେନ୍ଦ୍ରବିନ୍ଦୁ ପାଲଟିଛି । ଆମ ଦେଶ ଗଣତନ୍ତ୍ରର ମାତା । ଗଣତନ୍ତ୍ର ଭାରତର ‘ଡିଏନଏସ’ ରେ ଗଭୀର ଭାବରେ ଜଡିତ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଅନୁଯାୟୀ, ୨୬ ଜାନୁୟାରୀ ୨୦୨୩ ରୁ ବସନ୍ତ ପଞ୍ଚମୀ ଅବସରରେ ଦେଶର ଛାତ୍ରମାନଙ୍କୁ ଭାରତୀୟ ଇତିହାସର ସଠିକ ସଂସ୍କରଣ ଶିକ୍ଷା ଦିଆଯିବ । ଜାତୀୟ ଶିକ୍ଷା ନୀତି ଆମକୁ ଅନେକ ସୁଯୋଗ ଯୋଗାଉଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଅଲ ଇଣ୍ଡିଆ ଇତିହାସ ସଂକଳନ ଯୋଜନା ଦ୍ୱାରା ୭୫ ପୁରୁଣା ପୁସ୍ତକକୁ ନୂଆ ରଚନା ସହିତ ପୁନଃ ପ୍ରକାଶିତ କରାଯାଉଛିି । ପ୍ରଧାନ କହିଛନ୍ତି ଯେ, ଏହି ପୁସ୍ତକଗୁଡ଼ିକ ଭାରତର ବୌଦ୍ଧିକ ଜଗତକୁ ସ୍ପଷ୍ଟ କରିବ । ଭାରତୀୟ ଐତିହାସିକ ଅନୁସନ୍ଧାନ ପରିଷଦ(ଆଇସିଏଚଆର) ଓ ନ୍ୟାସନାଲ ବୁକ୍ ଟ୍ରଷ୍ଟ(ଏନବିଟି)କୁ ଏହି ପୁସ୍ତକଗୁଡ଼ିକୁ ଭାରତର ସମସ୍ତ ଭାଷାରେ ଅନୁବାଦ କରିବା ଏବଂ ଡିଜିଟାଲ୍ ମାଧ୍ୟମରେ ଉପଲବ୍ଧ କରାଇବାକୁ ସେ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.