fbpx

ଗୀତ ଗାଇଲେ ଚୁରାଲିୟା… ଟ୍ରୋଲ ହେଲେ ଶନ୍ମୁଖପ୍ରିୟା

ମୁମ୍ବାଇ: ଟିଭି ପରଦାର ଫେମସ୍ ରିଆଲିଟି ସିଙ୍ଗିଙ୍ଗ୍ ଶୋ’ ଇଣ୍ଡିଆନ୍ ଆଇଡଲ୍-୧୨ କ୍ରମାଗତ ଭାବେ ବିବାଦ ଘେରରେ ରହିଆସିଛି । ଏହି ଶୋ’ରେ ଯେବେ ଠାରୁ କିଶୋର କୁମାର ସ୍ପେସାଲ ଏପିସୋଡ୍ ଆରମ୍ଭ ହେଲା ବିବାଦ ସୃଷ୍ଟି ହୋଇଥିଲା । କିଶୋରଙ୍କ ପୁଅ ଅମିତ୍ କୁମାର ଶୋ’ରେ ବୋଲା ଯାଉଥିବା ଗୀତଗୁଡ଼ିକ ଉନ୍ନତ ଧରଣର ହେଉନଥିବା ଅଭିଯୋଗ କରିଥିଲେ । ସେବେଠାରୁ ଶୋ’କୁ ନେଇ ଗୋଟିଏ ପରେ ଗୋଟିଏ ବିବାଦ ସୃଷ୍ଟି ହୋଇଛି ।
ଶୋ’ରେ ଗତ ସପ୍ତାହ ବଲିଉଡ୍ର ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଜିନ୍ନତ ଅମନ ଗେଷ୍ଟ ହୋଇଥିଲେ । ପ୍ରତିଯୋଗୀମାନେ ଜିନ୍ନତଙ୍କ ଅଭିନୀତ ହିଟ୍ ଟ୍ରାକ୍ସ୍ ଥିବା ଗୀତ ଗାଇଥିଲେ । ତେବେ ଅନ୍ୟତମ ପ୍ରତିଯୋଗୀ ଶନ୍ମୁଖପ୍ରିୟା ଜିନ୍ନତଙ୍କ ଅଭିନୀତ ହିଟ୍ ଗୀତ ‘ଚୁରାଲିୟା ହୈ…’ ଗାଇଥିଲେ । କିନ୍ତୁ ଏହାକୁ ନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ ‘ଚୁରାଲିୟା ହୈ…’ ଗୀତଟିକୁ କଣ୍ଠଶିଳ୍ପୀ ଆଶା ଭୋସଲେ ଗାଇଥିଲେ । ଏହି ଗୀତଟିକୁ କମ୍ପୋଜ୍ କରିଥିଲେ ଆରଡି ବର୍ମନ । ୧୯୭୩ରେ ପରଦାକୁ ଆସିଥିବା ଜିନ୍ନତଙ୍କ ୟାଦୋଁ କି ବାରାତର ସୁପରହିଟ୍ ସଙ୍ଗୀତ ଥିଲା । ଆଜିବି ଏହି ଗୀତକୁ ଲୋକେ ପସନ୍ଦ କରିବା ସହ ନିଜ ଭିତରେ ଗାଇ ଉଠୁଛନ୍ତି । କିନ୍ତୁ ଏହି ଗୀତଟିକୁ ଯେତେବେଳେ ଶନ୍ମୁଖପ୍ରିୟା ନିଜ ଷ୍ଟାଇଲରେ ପରିବେଷଣ କଲେ ସେତେବେଳେ ଟ୍ରୋଲ୍ସମାନେ ତାଙ୍କୁ ଟାର୍ଗେଟ୍ କରିବା ସହ ତାଙ୍କୁ ଶୋ’ରୁ ବାହାର କରିବାକୁ ଦାବି କରିଥିଲେ ।

ସୋସିଆଲ ମିଡିଆରେ ଶନ୍ମୁଖପ୍ରିୟାଙ୍କ ସଙ୍ଗୀତ ପରିବେଷଣ ଉପରେ ୟୁଜରମାନେ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେବା ସହ ଟ୍ରୋଲ ମଧ୍ୟ କରୁଛନ୍ତି । ଏହି ଶୋ’ର ହୋଷ୍ଟ ଆଦିତ୍ୟ ନାରାୟଣ ଶନ୍ମୁଖପ୍ରିୟାଙ୍କୁ ଲକ୍ଷ୍ୟ କରି ଜିନ୍ନତଙ୍କୁ କହିଲେ ଯେ ସେ ଏବେ ବହୁତ ଛୋଟ ଅଛନ୍ତି । ଏଥିପାଇଁ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିବା ସହ ଶୋ’ରୁ ବାହାର କରିବାକୁ କହୁଛନ୍ତି । କାର୍ଯ୍ୟକ୍ରମ ପରେ ଶନ୍ମୁଖପ୍ରିୟାକୁ ଜିନ୍ନତ କିଛି ପରାମର୍ଶ ମଧ୍ୟ ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.