fbpx
BJD SKY
BJD SKY

Video: ଆଶ୍ଚର୍ଯ୍ୟକର ଜିମ୍; ମେସିନ୍ ଉପରେ ବସି ବ୍ୟାୟାମ କରୁଛନ୍ତି ରାବଣ, ଉପରେ ଉଡ଼ୁଛି ଗରୁଡ଼

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟକୁ ଫିଟ୍ ରଖିବା ପାଇଁ ଅନେକ ସତର୍କତା ଅବଲମ୍ବନ କରୁଛନ୍ତି । ସେହିପରି ଲୋକମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନେକ ଜିମ୍ ଏବଂ ପାର୍କରେ ବ୍ୟାୟାମ କରିବା ଭଳି ବ୍ୟବସ୍ଥା କରାଯାଇଛି । ସେହିପରି ଲୋକଙ୍କୁ ଜିମ୍ ଯିବାକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ତେବେ ଗୋଆରେ ଏକ ଆଶ୍ଚର୍ଯ୍ୟ ପ୍ରକାର ଜିମ୍୍ ଦେଖିବାକୁ ମିଳିଛି, ଯେଉଁଠାରେ ଜିମ୍ ମେସିନ୍ ଗୁଡିକ ଭିନ୍ନ ଭିନ୍ନ ଶୈଳୀରେ ନିର୍ମାଣ କରାଯାଇଛି । ଏହି ଜିମ୍ ରେ ବ୍ୟାୟାମ କରିବା ପାଇଁ ଅନେକ ଦୂରରୁ ଲୋକମାନେ ଅସୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଜିମ୍ ବିଷୟରେ ।

ତେବେ ଲୋକମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଭିନ୍ନ ଶୈଳୀରେ ନିର୍ମାଣ ହୋଇଥିବା ଏହି ଜିମର ଏକ ଭିଡିଓ ସୋସିଆଲ ମିଡିଆରେ ଜଣେ ଉପଭୋକ୍ତା ସେୟାର କରିଛନ୍ତି । ଯେଉଁଥିରେ ଦେଖାଯାଇଛି ଯେ ଏହି ବାହ୍ୟ ଜିମରେ ଲୋକମାନେ ବିଭିନ୍ନ ପୁରାଣ ଚରିତ୍ର ସହିତ ବ୍ୟାୟାମ କରିପାରିବେ । ଏଥିରେ ଗୋଟିଏ ପାର୍ଶ୍ୱରେ ଲଙ୍କାପତୀ ରାବଣର ପ୍ରତିମୂର୍ତ୍ତି ତିଆରି କରାଯାଇଛି ଏବଂ ଏପରି ଭାବେ ରଖାଯାଇଛି ଯେ ଯେତେବେଳେ ଲୋକମାନେ ବ୍ୟାୟାମ କରିବେ ସେତେବେଳେ ଏହି ପ୍ରତିମୂର୍ତ୍ତିର ଜିଭ ବାହାରକୁ ବାହାରି ଆସିବ ।

ଏହା ବ୍ୟତୀତ, ଏପରି ଏକ ମେସିନ୍ ରହିଛି, ଯାହାକୁ ବ୍ୟବହାର କଲେ ଏକ ବଡ ଗରୁଡ଼ ପକ୍ଷୀ ଉଡ଼ୁଥିବା ପରି ଦେଖାଯିବ । କେବଳ ଏତିକି ନୁହେଁ, ଗୋଟିଏ ମେସିନରେ ଲଙ୍କାପତି ରାବଣର ଦଶ ମୁଣ୍ଡ ମଧ୍ୟ ଦେଖାଯାଇଛି । ଯେତେବେଳେ ଏଥିରେ ବ୍ୟାୟାମ କରାଯାଏ. ସେତେବେଳେ ଏହି ପ୍ରତିମୂର୍ତ୍ତିର ମୁଣ୍ଡ ଦ୍ରୁତ ଗତିରେ ଘୂରିଥାଏ । ପିଲାମାନେ ଏହାକୁ ବହୁତ ଉପଭୋଗ କରୁଛନ୍ତି ।

 

View this post on Instagram

 

A post shared by Diptej Vernekar (@diptejvernekar)

ଏହାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଲୋକମାନେ ତୀବ୍ର ପ୍ରତିକ୍ରିୟା କରୁଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଯଦି ଏପରି ଜିମ୍ ରହିଥାଏ, ତେବେ ସମସ୍ତେ ଜିମରେ କଠିନ ପରିଶ୍ରମ କରିବାକୁ ପସନ୍ଦ କରିବେ । ଅନ୍ୟଜଣେ ୟୁଜର ଲେଖିଛନ୍ତି ଯେ ଦେଶର ପ୍ରତ୍ୟେକ କୋଣରେ ଏଭଳି ଜିମ୍ ଖୋଲାଯିବା ଉଚିତ୍ ।

Get real time updates directly on you device, subscribe now.