fbpx

ଭାରତୀୟ ନୌସେନା ହାତରେ ବଡ ସଫଳତା: ନୌସୈନିକ ଆଣ୍ଟି-ସିପ ମିସାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ନୌସୈନିକ ଆଣ୍ଟି-ସିପ ମିସାଇଲର ସଫଳ ପରୀକ୍ଷଣ ଶେଷ କରିଛି ଭାରତୀୟ ନୌସେନା । ଅଧିକାରୀମାନେ ଏ ନେଇ ସୂଚନା ଦେଇଛନ୍ତି । ବାଲେଶ୍ୱର ଚାନ୍ଦିପୁରରେ ଭାରତୀୟ ନୌସେନା ଏବଂ ଡିଆରଡିଓ ପକ୍ଷରୁ ମିଳିତ ଭାବେ ଏହି ପରୀକ୍ଷଣକୁ ସଫଳତାର ସହ ଶେଷ ହୋଇଛି ।

ସୂଚନା ଯୋଗ୍ୟ, ଏକ ସେକିଂ ହେଲିକପ୍ଟର ସାହାଯ୍ୟରେ ପ୍ରଥମ ସ୍ୱଦେଶୀ ବିକଶିତ ନୌସୈନିକ ଆଣ୍ଟି-ସିପ ମିସାଇଲ ପରୀକ୍ଷଣ କରାଯାଇଛି । ବଙ୍ଗୋପସାଗରରେ ଥିବା ଏକ ଟାର୍ଗେଟକୁ ନିକ୍ଷେପ କରାଯାଇଥିଲା ଏହି ଶକ୍ତିଶାଳୀ ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ର । ତେବେ ଭାରତୀୟ ଜ୍ଞାନ କୌଶଳରେ ନିର୍ମାଣ ହୋଇଥିବା ଏହା ହେଉଛି ଆଣ୍ଟିସିପ ମିସାଇଲ । ଅନେକ ଚେଷ୍ଟା ପରେ ଏହି ପରୀକ୍ଷଣକୁ ସଫଳତାର ରୂପ ଦେଇଥିବା ସୂଚନା ଦେଇଛି ଡିଆରଡିଓ ।

Get real time updates directly on you device, subscribe now.