fbpx

ନିଯୁକ୍ତି ସୁଯୋଗ ଦେଉଛି ଭାରତୀୟ ନୌସେନା: ୩୦୦ ପଦବୀ ପାଇଁ ବିଜ୍ଞପ୍ତି, ଏମିତି କରିବେ ଆବେଦନ

ଭୁବନେଶ୍ୱର: ଭାରତୀୟ ନୌସେନାରେ ଚାକିରି କରିବାକୁ ଚାହୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ଭାରତୀୟ ନୌସେନା ଖୁବଶୀଘ୍ର ୩୦୦ ପଦବୀ ପାଇଁ ଆବେଦନ ଗ୍ରହଣ କରିବାକୁ ଯାଉଛି । ଭାରତୀୟ ନୌସେନା ମେଟ୍ରିକ ରିକ୍ରୁଟ(ଏମଆର) ପୋଷ୍ଟ ପାଇଁ ୩୦୦ ଆବେଦନ ଗ୍ରହଣ କରିବାକୁଯାଉଛି । ତେବେ ଏହି ପଦବୀ ପାଇଁ କେବଳ ଅବିବାହିତ ପୁରଷମାନେ ଆବେଦନ କରିପାରିବେ । ଏଥିପାଇଁ ଯୋଗ୍ୟ ପ୍ରାର୍ଥୀ ଅନଲାଇନରେ ଆବେଦନ କରିପାରିବେ ।

ଭାରତୀୟ ନୌସେନା ଏମଆର ପୋଷ୍ଟ ପାଇଁ ଅନଲାଇନରେ ଆବେଦନ କରିବାକୁ ହେବ । ଆବେଦନ ପ୍ରକ୍ରିୟା ଅକ୍ଟୋବର ୨୯ ତାରିଖ ଠାରୁ ଆରମ୍ଭ ହେବ ଏବଂ ନଭେମ୍ବର ୨ ହେଉଛି ଆବେଦନ କରିବାର ଶେଷ ତାରିଖ । ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଟ୍ରେନିଙ୍ଗ ପିରିୟଡରେ ୧୪,୬୦୦ ଟଙ୍କା ପ୍ରତିମାସରେ ଷ୍ଟାଇପେଣ୍ଡ ମିଳିବ । ଏହାପରେ ଟ୍ରେନିଙ୍ଗ ପିରିୟଡ ଶେଷ ହେବାପରେ ଡିଫେନ୍ସ ପେ ମେଟ୍ରିକ୍ସର ଲେଭଲ ୩ ଅନୁଯାୟୀ (୨୧,୭୦୦ ରୁ ୬୯,୧୦୦) ଟଙ୍କା ମାସିକ ଦରମା ରହିଛି ।

ଭାରତୀୟ ନୌସେନା ଏମାର ପୋଷ୍ଟ ପାଇଁ ଶିକ୍ଷାଗତ ଯୋଗ୍ୟତା ହେଉଛି ୧୦ ଶ୍ରେଣୀ  । ୧ ଏପ୍ରିଲ ୨୦୦୨ ରୁ ୨୦୦୫ ମଧ୍ୟରେ ଜନ୍ମ ନେଇଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ । ପ୍ରଥମେ ଲିଖିତ ପରୀକ୍ଷା, ଫିଜିକାଲ ଫିଟନେସ ଏବଂ ଏହାପରେ ମେଡିକାଲ ପରୀକ୍ଷା ରହିଛି ।

ଏମିତି କରନ୍ତୁ ଆବେଦନ:

ପ୍ରଥମେ ଅଫିସିଆଲ ୱେବସାଇଟ joinindianarmy.gov.in କୁ ଯାଆନ୍ତୁ । ଏହାପରେ ଆପଣଙ୍କୁ ନିଜର ମେଲ ଆଇଡି ଦ୍ୱାରା ରେଜିଷ୍ଟର କରିବାକୁ ପଡ଼ିବ । ରେଜିଷ୍ଟର କରିଥିବା ଇ-ମେଲ୍ ଦ୍ୱାରା ଲଗ ଇନ କରନ୍ତୁ । ଏହାପରେ ‘Current Opportunities’ ଉପରେ କ୍ଲିକ କରନ୍ତୁ । ଏହାପରେ ଆପ୍ଲାଏ ବଟନ ଉପରେ କ୍ଲିକ କରି ଫର୍ମ ଫିଲପ କରନ୍ତୁ । ତେବେ ଫର୍ମକୁ ସବମିଟ୍ କରିବା ପୂର୍ବରୁ ପୁନର୍ବାର ଚେକ କରିନଅନ୍ତୁ ଫଳରେ ଯେମିତି କିଛି ରହି ନଯାଉ ବା କୌଣସି ଭୁଲଥିଲେ ତାକୁ ସଂଶୋଧନ କରିନଅନ୍ତୁ । ଫର୍ମ ପୂରଣ କରିବା ପରେ ନିଜର ଓରିଜିନାଲ ଡକ୍ୟୁମେଣ୍ଟକୁ ସ୍କାନ କରି ଅପଲୋଡ କରନ୍ତୁ । ଏହା ପରେ ଆପ୍ଲିକେସନ ସବମିଟ୍ କରନ୍ତୁ ।

Get real time updates directly on you device, subscribe now.