fbpx

ଡ୍ରଗ୍ସକୁ ନେଇ ତେଜୁଛି ରାଜନୀତି; ଉଦ୍ଧବ-ଫଡନବିସ ମୁହାଁମୁହିଁ

ନୂଆଦିଲ୍ଲୀ: ଡ୍ରଗ୍ସକୁ ନେଇ ମହାରାଷ୍ଟ୍ର ରାଜନୀତି ତେଜିବାରେ ଲାଗିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଜୋର ଧରିବାରେ ଲାଗିଛି । ଠାକରେ ଦେଶର ଯୁବପିଢିଙ୍କ ସପକ୍ଷରେ ଅଛନ୍ତି ନାଁ ଡ୍ରଗ୍ସ ବିକ୍ରେତାଙ୍କ ଚାମଚା ପାଲଟି ଯାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦେବେନ୍ଦ୍ର ଫଡନବିସ୍ । ଶୁକ୍ରବାର ଉଦ୍ଧବ ଠାକରେ ମହାରାଷ୍ଟ୍ରରେ ଏନସିବି ରେଡକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏନସିବି ବାସ୍ତବରେ ଡ୍ରଗ୍ସ ଧରିବା ପରିବର୍ତ୍ତେ ସେଲିବ୍ରିଟି ଛୁଆଙ୍କ ସହିତ ଫଟୋ ଉଠାଇବାରେ ଅଧିକ ବ୍ୟସ୍ତ ବୋଲି ଠାକରେ କହିଥିଲେ ।
ଶନିବାର ଏହାକୁ ବିରୋଧ କରିବା ସହିତ ଫଡନବିସ ଉଦ୍ଧବ ଠାକରେଙ୍କ ବିରୋଧୀ ମନ୍ତବ୍ୟ ଦେଇଛନ୍ତି । ଆପଣ କାହା ସପକ୍ଷରେ ଅଛନ୍ତି, ଯୁବକ ଯୁବତୀଙ୍କର ନାଁ ଡ୍ରଗ୍ସ ବେପାରୀଙ୍କ । ନିଶା ବେପାର ବର୍ତ୍ତମାନ ସମଗ୍ର ଦେଶକୁ କ୍ୟାନ୍ସର ଭଳି ଗ୍ରାସ କରିବାକୁ ବସିଛି । ଏଭଳି ଅବସ୍ଥାରେ ଡ୍ରଗ୍ସ ସେବନକାରୀଙ୍କୁ ବଞ୍ଚାଇବାକୁ ଉଦ୍ଧବଙ୍କ ପ୍ରୟାସ ହାସ୍ୟାସ୍ପଦ ବୋଲି ଫଡନବିସ କହିଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡିକର ବ୍ୟବହାର ନେଇ ଯେଉଁ ଅଭିଯୋଗ ଆସିଛି ଫଡନବିସ ତାକୁ ମଧ୍ୟ ଖଣ୍ଡନ କରିଛନ୍ତି । ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁ ତେଣୁ ଏଭଳି କିଛି ହେବାର ପ୍ରଶ୍ନ ଉଠୁନାହିଁ ବୋଲି ଫଡନବିସ କହିଛନ୍ତି ।

Get real time updates directly on you device, subscribe now.