fbpx

ମୋବାଇଲ ଫେରାଇଲାନି ବୋଲି…. ଓଠ କାଟିଦେଲା ସ୍ତ୍ରୀ

ନୂଆଦିଲ୍ଲୀ: ମୋବାଇଲ ଆଜିକା ଦିନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ । ମୋବାଇଲ ବିନା ସବୁ କିଛି ଅଧୁରା ରହୁଥିବା ବେଳେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭଣ୍ଡାରାର ମସାଲରେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ ଆଖି ଖୋସି ହୋଇଯିବ । ମୋବାଇଲ ଫୋନ ନ ଫେରାଇବା କାରଣରୁ ସ୍ତ୍ରୀ ଜଣଙ୍କ ଏକ କଣ୍ଟାଚାମଚରେ ସ୍ୱାମୀର ଓଠ କାଟି ଦେଇଥିବା ବେଳେ ବର୍ତ୍ତମାନ ସ୍ତ୍ରୀ ନାମରେ ମାମଲା ରୁଜୁ ହୋଇଛି ।

ଭଣ୍ଡାରାର ମସାଲରେ ବାସ କରନ୍ତି ଖେମରାଜ ବାବୁରାଓ ମୁଲ(୪୦) । ଖେମରାଜଙ୍କ ମୋବାଇଲ ଖରାପ ଥିବାରୁ ସେ ପତ୍ନୀଙ୍କ ଫୋନ ମାଗି ନିଅନ୍ତି । ମାତ୍ର ଦୁଇ ଦିନ ପରେ ମଧ୍ୟ ସ୍ତ୍ରୀଙ୍କ ଫୋନ ନ ଫେରାଇବାରୁ ଝଗଡା ଆରମ୍ଭ ହୋଇଥିଲା । ଗୁରୁବାର ଅକ୍ଟୋବର ୧୪ ତାରିଖରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଭୟଙ୍କର ଝଗଡା ହୋଇଥିଲା । ଝଗଡା ବଢିବା ସହିତ ଉତ୍ୟକ୍ତ ସ୍ତ୍ରୀ ଏକ ଦା ଧରି ଖେମରାଜକୁ ଆକ୍ରମଣ କରିଥିଲା । ଏହାପରେ ଏକ କଣ୍ଟାଚାମଚ ସାହାଯ୍ୟରେ ଆକ୍ରମଣ କରିବା ପରେ କାମରାଜଙ୍କ ଓଠ କଟି ଯାଇଥିଲା । ଗୁରୁତର ଅବସ୍ଥାରେ ଖେମରାଜଙ୍କୁ ଲଖଣ୍ଡୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉଭୟ ଖେମରାଜ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଧାରା ୩୨୪ ଓ ୫୦୪ ଆଧାରରେ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.