fbpx

L&T Edutechର ସିଇଓ ହେଲେ ଓଡ଼ିଆ ପୁଅ ସବ୍ୟସାଚୀ ଦାସ

ଭୁବନେଶ୍ୱର: ଏଲ ଆଣ୍ଡ ଟି ଏହାର ଭର୍ଚୁଆଲ ଲର୍ନିଂ ପ୍ଲାଟଫର୍ମ ‘ଏଲ ଆଣ୍ଡ ଟି ଏଡୁଟେକ’ ପାଇଁ ଓଡ଼ିଆ ପୁଅ ସବ୍ୟସାଚୀ ଦାସଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବରେ ନିଯୁକ୍ତ କରିଛି । ଏଲ ଆଣ୍ଡ ଟି ଦକ୍ଷତା ବିକାଶ କ୍ଷେତ୍ରରେ କମ୍ପାନୀର ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛି ।

ସବ୍ୟସାଚୀ ଦାସ ଏହି ଉଦ୍ୟୋଗର ନେତୃତ୍ୱ ନେବେ ଯାହା ଛାତ୍ର ତଥା ଆଶାୟୀମାନଙ୍କ ଶିକ୍ଷା ପାଇଁ ଏକ ଉନ୍ନତ ପ୍ଲାଟଫର୍ମ ଯୋଗାଇବ, ବିଶେଷ କରି ପ୍ରଯୁକ୍ତିବିଦ୍ୟାରେ ଧ୍ୟାନ ଦେବ ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି । ଏଲ୍ ଆଣ୍ଡ ଟି ପରି ବଡ଼ ତଥା ଖ୍ୟାତି ସମ୍ପନ୍ନ ବ୍ରାଣ୍ଡରେ ଯୋଗଦେବା ଏବଂ ଏକ ନୂତନ ଉଦ୍ୟମକୁ ଆଗେଇ ନେବା ପାଇଁ ଦାୟିତ୍ୱ ଦିଆଯାଇଥିବାରୁ ସେ ଉତ୍ସାହିତ ଥିବା ନେଇ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଗତ ୧୮ ମାସ ଧରି ଏଥିପାଇଁ ପ୍ରସ୍ତୁତ ଚାଲିଛି  । ଖୁବଶୀଘ୍ର ଆମେ ବଜାରକୁ ଓହ୍ଲାଇବାକୁ ଯାଉଛୁ । ଆମର ଏହି ନୂତନ ପଦକ୍ଷେପ ଉଭୟ ଛାତ୍ର ଏବଂ ଆଶାୟୀମାନଙ୍କୁ ଶିଖିବାର ଉତ୍ତମ ସୁଯୋଗ ପ୍ରଦାନ କରିବ  ।

Get real time updates directly on you device, subscribe now.