fbpx

ବଢ଼ିବ ଭାରତର ପ୍ରତିରକ୍ଷା ଶକ୍ତି: ନୌସେନାରେ ସାମିଲ ହେବ ୨୦୦ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ! ଚୀନ-ପାକିସ୍ତାନକୁ ମିଳିବ ଉଚିତ ଜବାବ

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ଚୀନ-ପାକିସ୍ତାନ ସର୍ବଦା ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ରହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ନରେନ୍ଦ୍ର ମୋଦୀ ସରକାର ପ୍ରତିରକ୍ଷାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଖୁବଶୀଘ୍ର ଭାରତୀୟ ନୌସେନାର ଶକ୍ତି ବଢ଼ିବ । ନୌସେନାରେ ସାମିଲ ହେବାକୁ ଯାଉଛି ୨୦୦ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ ।

ଯୁଦ୍ଧପୋତରୁ ଲଞ୍ଚ କରାଯାଉଥିବା ଏହି ବ୍ରହ୍ମୋସ ମିସାଇଲ ୨୦୦ କେଜି ୱାରହେଡ ବହନ କରିପାରିବ । ଏହି ମିସାଇଲ ଘଣ୍ଟା ପ୍ରତି ୪୩୨୧ କିମି ବେଗରେ ଗତି କରିବ । ଏଥିରେ ଦୁଇଟି ଷ୍ଟେଜର ପ୍ରୋପଲନ ସିଷ୍ଟମ ଲାଗିଛି । ପ୍ରଥମଟି ସଲିଡ ଓ ଦ୍ୱିତୀୟଟି ଲିକ୍ୱିଡ । ଦ୍ୱିତୀୟ ଷ୍ଟେଜ ରେମଜେଟ ଇଞ୍ଜିନ ଅଟେ, ଯାହା ସୁପରସୋନିକ ଗତି ପ୍ରଦାନ କରିବା ସହିତ ଇନ୍ଧନର ବ୍ୟବହାରକୁ ହ୍ରାସ କରିଥାଏ ।

ଇଣ୍ଡିଆନ ନେଭି ନିଜର ଘାତକ ବିଧ୍ୱଂସୀ କ୍ଷମତା ବୃଦ୍ଧି କରିବା ପାଇଁ ୨୦୦ରୁ ଅଧିକ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ ପାଇଁ ଅର୍ଡର ଦେବାକୁ ଯାଉଛି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ବୈଠକରେ ଏହା ଉପରେ ଚର୍ଚ୍ଚା ହେବା ପରେ ନିଷ୍ପତ୍ତି ନିଆଯିବ । ଏହି ମିସାଇଲର ମୂଲ୍ୟ ୨୦ ହଜାର କୋଟି ଟଙ୍କା ରହିଛି । ଏହା ବାୟୁରେ ନିଜର ରାସ୍ତା ପରିବର୍ତ୍ତନ କରିପାରିବ । ଚାଲି ବୁଲି ଏହା ଟାର୍ଗେଟକୁ ବର୍ବାଦ କରିଦେବ । ଏହା ୧୦ ମିଟର ଉଚ୍ଚରେ ଉଡ଼ାଣ ଭରିବାରେ ସକ୍ଷମ, ଅର୍ଥାତ ଶତ୍ରୁପକ୍ଷର ରାଡାର ଏହାକୁ ଦେଖି ପାରିବ ନାହିଁ । ଏହା ଯେ କୌଣସି ମିସାଇଲ ଚିହ୍ନଟ ପ୍ରଣାଳୀକୁ ଧୋକ୍କା ଦେଇପାରେ । କୌଣସି ଆଣ୍ଟି ମିସାଇଲ ସିଷ୍ଟମ ଦ୍ୱାରା ଏହାକୁ ଖସାଇବା ମୁସ୍କିଲ । ଆମେରିକାର ଟୋକାହାକ ମିସାଇଲଠାରୁ ବ୍ରହ୍ମୋସ ମିସାଇଲ ୧୦ ଗୁଣ ଦ୍ରୁତ ଭାବେ ଉଡ଼ିପାରିବ ।

Get real time updates directly on you device, subscribe now.