fbpx
BSKY
BJD MC SKY
BJD YOUTH SKY

ଟିଭିରୁ ହଟୁନି ନଜର: IPL ଅକ୍ସନ ଦେଖିବାରେ ବ୍ୟସ୍ତ ଟିମ ଇଣ୍ଡିଆର ଷ୍ଟାର ଖେଳାଳି, ଫଟୋ ଶେୟର କଲେ କ୍ୟାପଟେନ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ ପୋଛି ନେଇଛି ମେନ ଇନ ବ୍ଲୁ । ଏବେ ଟି-୨୦ ସିରିଜ ଉପରେ ନଜର ରଖିଛି ରୋହିତ ସେନା । କିନ୍ତୁ ସିରିଜ ପୂର୍ବରୁ ଏବେ ଖେଳାଳିମାନଙ୍କ ନଜର ରହିଛି ଟିଭି ଉପରେ । ଟିମ ଇଣ୍ଡିଆର ସୀମିତ ଓଭର ଟିମର ଅଧିନାୟକ ରୋହିତ ଶର୍ମା ଏକ ଫଟୋ ଶେୟର କରିଛନ୍ତି । ଯେଉଁଥିରେ ଇଣ୍ଡିଆନ ଟିମର କିଛି ଖେଳାଳି ଟିଭି ଦେଖିବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି ।

ଏହି ଫଟୋରେ ୟୁଜବେନ୍ଦ୍ର ଚହଲ, ଇଶାନ କିଶାନ, ଶ୍ରେୟସ ଅୟର, ଶାର୍ଦ୍ଦୁଳ ଠାକୁର, ଋଷଭ ପନ୍ତ ଏବଂ ସୂର୍ଯ୍ୟକୁମାର ଯାଦବ ଟିଭିରେ IPL ଅକ୍ସନ ଦେଖୁଥିବାର ନଜର ଆସିଛି । ଏହି ଫଟୋ ସହିତ ରୋହିତ କ୍ୟାପ୍ସନରେ ଲେଖିଛନ୍ତି ” SOME TENSED AND SOME HAPPY FACES ‘ । ଭାରତର ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ଚଳିତ ସିଜନରେ ଏପର୍ଯ୍ୟନ୍ତ ସବୁଠୁ ଦାମୀ ଖେଳାଳି ଭାବେ ମୁମ୍ବାଇ ଦଳରେ ସାମିଲ ହୋଇଛନ୍ତି । ତେଣୁ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ରୋହିତ ।

Ishan Kishan, Yuzvendra Chahal, Rishabh Pant & Others Watch Live  Proceedings of IPL 2022 Mega Auction; Rohit Sharma Shares Picture | ?  LatestLY

ସେପଟେ ୧୨.୨୫ କୋଟିରେ କୋଲକାତା ସହ ଯୋଡି ହୋଇଛନ୍ତି ଶ୍ରେୟସ ଅୟର । ଋଷଭ ପନ୍ଙ୍କୁ ତାଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ରିଟେନ କରିଥିବା ବେଳେ ଅଧିନାୟକ ପଦ ଦେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଶାର୍ଦ୍ଦୁଳ ଠାକୁରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୦.୭୫ କୋଟି ଟଙ୍କା ସହ ନିଜ ଦଳକୁ ଆଣିଛି । ସେହିପରି ୬.୫ କୋଟି ଟଙ୍କାରେ ରାଜସ୍ଥାନ ରୋୟଲ୍ସ ସହ ଯୋହି ହୋଇଛନ୍ତି ଅଭିଜ୍ଞ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ । ତାଙ୍କ ପୂର୍ବ ଫ୍ରାଞ୍ଚାଇଜି ଆରସିବି ତାଙ୍କୁ ଚଳିତ ବର୍ଷ ବିଦାୟ ଦେଇଛି ।

Get real time updates directly on you device, subscribe now.