fbpx

ବଡ଼ ପରଦାରେ ଭାରତର ପ୍ରଥମ ସୁପରହିରୋ: ଆସିବ ୩ଟି ଫିଲ୍ମ, ସୋନୀ ପିକ୍ଚର୍ସ ସହ ହୋଇଛି ବଡ଼ ଡିଲ୍

ମୁମ୍ବାଇ: ‘ଶକ୍ତିମାନ’… ହୁଏତ ଏମିତି କେହି ଥିବ ଯିଏ କି ଏହି ନାଁ କୁ ଜାଣିନଥିବେ । ଭାରତର ପ୍ରଥମ ସୁପରହିରୋ ତଥା ୯୦ ଦଶକର ସୁବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ‘ଶକ୍ତିମାନ’ । ପିଲାଠାରୁ ବୁଢ଼ା ସମସ୍ତଙ୍କ ଖୁବ୍ ପରିଚିତ ଥିଲା ଶକ୍ତିମାନ । ଆଜିବି ଏହି ଶୋ’କୁ ଦେଖିଲେ ଅନେକଙ୍କୁ ସେମାନଙ୍କ ପିଲାଦିନ ମନେପଡ଼ିଯାଏ । ଆଉ ଏହି ଚରିତ୍ର ନିଭାଇଥିବା କଳାକାର ମୁକେଶ ଖନ୍ନା ମଧ୍ୟ ଟିଭି ଦଶକର ସବୁଠୁ ଲୋକପ୍ରିୟ କଳାକାରମାନଙ୍କ ମଧ୍ୟରୁ ଜଣେ । ଶକ୍ତିମାନ ଚରିତ୍ରରେ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଥିଲେ ଅଭିନେତା ମୁକେଶ ଖନ୍ନା, ପ୍ରକୃତରେ ‘ଶକ୍ତିମାନ’ ତାଙ୍କର ହିଁ ଅବଦାନ । ‘ଶକ୍ତିମାନ’ ଚରିତ୍ର ଟିଭି ଶୋ ଜଗତରେ ଏକ ଆଇକନିକ ଚରିତ୍ର ।

ଆଉ ଏହାକୁ ନେଇ ଆସିଛି ବଡ଼ ଅପଡେଟ୍ । ଘଟିଛି ସବୁ ପ୍ରତୀକ୍ଷାର ଅନ୍ତ, ଖୁବଶୀଘ୍ର ବଡ଼ ପରଦାକୁ ଫେରିବାକୁ ଯାଉଛି ‘ଶକ୍ତିମାନ’ । ନିକଟରେ ଏହାର ଘୋଷଣା କରିଛି ସୋନୀ ପିକ୍ଚର୍ସ ଇଣ୍ଡିଆ । ମୁକେଶ ଖନ୍ନାଙ୍କ ସହ ମିଶି ସୋନୀ ପିକ୍ଚର୍ସ ଏହି ପ୍ରୋଜେକ୍ଟ ଉପରେ କାମ କରୁଛି । କେବଳ ଗୋଟିଏ ନୁହେଁ ବରଂ ଏହାର ତିନି ପାର୍ଟ ଦେଖିବାକୁ ମିଳିବ ଦର୍ଶକଙ୍କୁ । ତେବେ ମୁକେଶ ଖନ୍ନାଙ୍କ ପରେ କିଏ ଏହି ଚରିତ୍ରକୁ ପରଦାରେ ପ୍ରତିପାଦିତ କରିବେ ତାହାକୁ ନେଇ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । ଖୁବଶୀଘ୍ର ଏହାକୁ ନେଇ ଅପଡେଟ୍ ଦିଆଯିବ ।

ତେବେ କରାଯାଇଥିବା ଆନାଉନ୍ସମେଣ୍ଟରେ ବେଶି କିଛି ବିବରଣୀ ଦିଆଯାଇନଥିବାବେଳେ, ପୂର୍ବରୁ ଥିବା ଲୋଗୋ ଏବଂ କଷ୍ଟ୍ୟୁମରେ ପରିବର୍ତ୍ତନ କରାଯାଇଛି । ସେପଟେ ଫ୍ୟାନମାନେ ଏହାକୁ ନେଇ ଉତ୍ସାହିତ ହୋଇ ଉଠିଛନ୍ତି । ଅନେକ ସେମାନଙ୍କର ପିଲାଦିନର ସୁପରହିରୋକୁ ପୁଣି ଥରେ ଦେଖିବାକୁ ନେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି ଅନେକ କହିଛନ୍ତି ସେମାନଙ୍କ ପିଲାଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି ।

Get real time updates directly on you device, subscribe now.